Site icon ଆଜିକାଲି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା: କୋଭିଡ ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ନୁହେଁ

ଜେନିଭା : ଗତ ୩ ବର୍ଷ ହେଲା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ ମହାମାରୀ ଆଉ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ ପକ୍ଷରୁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କୋଭିଡ ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ୨୦୨୦ ଜାନୁଆରି ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ଘୋଷଣା କରିଥିଲା । କିଛି ଦିନ ପରେ କୋଭିଡକୁ ମହାମାରୀ ଘୋଷଣା କରାଯାଇଥିଲା।

ତେବେ କୋରୋନା ଏବେ ବି ବିଶ୍ୱ ସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି । ସଂଗଠନ ଅନୁଯାୟୀ, ଯେତେବେଳେ କରୋନାକୁ ଗ୍ଲୋବାଲ ହେଲ୍ଥ ଏମର୍ଜଏନସୀ ଘୋଷଣା କରାଯାଇଥିଲା, ସେତେବେଳେ ଏହାର ଉତ୍ପତ୍ତିସ୍ଥଳ ଚୀନରେ ୧୦୦ରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ କାହାର ମୃତ୍ୟୁ ହୋଇନଥିଲା । କିନ୍ତୁ ତିନି ବର୍ଷ ପରେ ମୃତ୍ୟୁ ସଂଖ୍ୟା ୭ ନିୟୁତକୁ ବୃଦ୍ଧି ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

Exit mobile version