Site icon ଆଜିକାଲି

ମିଆମି ଓପନ୍‌ କ୍ବାର୍ଟର ଫାଇନାଲ୍‌ : ଆରିନା ସାବାଲେଙ୍କାଙ୍କୁ ହରାଇଲେ ସୋରୋନା କିର୍ଷ୍ଟିଆ

ମିଆମି : ମିଆମି ଓପନ୍‌ରେ ବିପର୍ଯ୍ୟୟ ଘଟାଇଲେ ଅଣମାନ୍ୟତାପ୍ରାପ୍ତ ସୋରୋନା କିର୍ଷ୍ଟିଆ । ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ତଥା ବିଶ୍ବ ମାନ୍ୟତାର ଦ୍ବିତୀୟ ଆରିନା ସାବାଲେଙ୍କାଙ୍କୁ ସିଧାସଳଖ ସେଟ୍‌ ୬-୪ ଓ ୬-୪ରେ ପରାସ୍ତ କରିଛନ୍ତି । ଫଳରେ ସାବାଲେଙ୍କା ମିଆମି ଓପନ୍‌ରୁ ବିଦା ହୋଇଥିବା ବେଳେ ସୋରାନା ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି।

୩୨ ବର୍ଷୀୟ ସୋରୋନାଙ୍କର ୧୦ ବର୍ଷ ପରେ ପ୍ରଥମ ତଥା କ୍ୟାରିୟରର ମୋଟ ଦ୍ବିତୀୟ ଡବ୍ଲୁଟିଏ ୧୦୦୦ ସେମିଫାଇନାଲ୍‌ ପ୍ରବେଶ। ସାବାଲେଙ୍କାଙ୍କୁ ପରାସ୍ତ କରିବା ତାଙ୍କ କ୍ୟାରିୟରର ସର୍ବବୃହତ୍‌ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି ସୋରୋନା। ମ୍ୟାଚ୍‌ ଜିତିବା ପରେ ବିଶ୍ବ ମାନ୍ୟତାର ୭୪ ସୋରୋନା ଏତେ ଖୁସୀ ହୋଇଯାଇଥିଲେ ଯେ ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ନଥିବା କହିଥିଲେ।

Exit mobile version