Site icon ଆଜିକାଲି

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ପଏଣ୍ଟ ଟେବୁଲ, ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୩-୨୫ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଭାରତ ବଜାୟ ରଖିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସତ୍ତ୍ବେ ଇଂଲଣ୍ଡ ୯ମ ସ୍ଥାନରେ ରହିଛି। ଇଂଲଣ୍ଡ ୧୧ଟି ମ୍ୟାଚରୁ ୪ଟି ବିଜୟ, ୬ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୫ ପ୍ରତିଶତ ପଏଣ୍ଟ ପାଇ ୯ମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଲର୍ଡସ ଟେଷ୍ଟକୁ ଇଂଲଣ୍ଡ ଇନିଂସ ୧୧୪ରନରେ ଜିତିଥିଲେ ମଧ୍ୟ ପଏଣ୍ଟ ଟେବୁଲରେ ଉପରକୁ ଉଠି ପାରିନାହିଁ। ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟରେ ଇନିଂସ ପରାଜୟ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ୬ଷ୍ଠ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍‌ ୫ଟି ମ୍ୟାଚରୁ ଗୋଟିଏ ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୬.୬୬ ପ୍ରତିଶତ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଭାରତ ୯ଟି ମ୍ୟାଚ ଖେଳି ୬ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୮.୫୧ ପ୍ରତିଶତ ପଏଣ୍ଟ ପାଇ ଶୀର୍ଷରେ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ୧୨ଟି ମ୍ୟାଚରୁ ୮ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୬୨.୫୦ ପ୍ରତିଶତ ପଏଣ୍ଟ ପାଇ ଦ୍ବିତୀୟ, ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୩ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୩ୟ, ଶ୍ରୀଲଙ୍କା ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୫୦ ପ୍ରତିଶତ ପଏଣ୍ଟ ପାଇ ୪ର୍ଥ, ପାକିସ୍ତାନ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୩୬.୬୬ ପ୍ରତିଶତ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୨୫ ପ୍ରତିଶତ ପଏଣ୍ଟ ସହ ସପ୍ତମ, ବାଂଲାଦେଶ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ୨୫ ପଏଣ୍ଟ ସହ ୮ମ ସ୍ଥାନ​‌ରେ ରହିଛି।

Exit mobile version