Site icon ଆଜିକାଲି

ଜାନୁଆରୀ ୨୬ରେ ଲଞ୍ଚ୍ ହେବ ଭାରତରେ ତିଆରି ବିଶ୍ଵର ପ୍ରଥମ ନାଜାଲ୍ କୋଭିଡ୍ ଟିକା

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ବାରା ବିକଶିତ ବିଶ୍ବର ପ୍ରଥମ ଇଣ୍ଟ୍ରାନାଜାଲ୍ କୋଭିଡ୍-୧୯ ଟିକା ‘ଇନକୋଭାକ୍’କୁ ଜାନୁୟାରୀ ୨୬ରେ ଲଞ୍ଚ୍ କରାଯିବ । କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଇଲା ଏହି ସୂଚନା ଦେଇଛନ୍ତି।

ଭୋପାଳରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲ (ଆଇଏସଏଫ) ରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ଇଲା କହିଛନ୍ତି ଯେ ଗୋରୁମାନଙ୍କୁ ଚର୍ମ ରୋଗରୁ ରକ୍ଷା କରିବା ପାଇଁ ଆସନ୍ତା ମାସରୁ ସ୍ୱଦେଶୀ ବିକଶିତ ଟିକା ଲମ୍ପି ପ୍ରୋଭାକିଣ୍ଡ ଆରମ୍ଭ କରାଯିବ।

କ୍ରିଷ୍ଣା ଇଲ୍ଲା କହିଛନ୍ତି ଯେ ଆମର ନାଜାଲ୍ ଟିକା (ନାକ ପଟେ ଦିଆଯାଉଥିବା ଟିକା) ଜାନୁଆରୀ ୨୬ରେ ଆନୁଷ୍ଠାନିକ ଭାବେ ଲଞ୍ଚ୍ ହେବ। ଭାରତ ବାୟୋଟେକ ଡ଼ିସେମ୍ବରରେ ଏହି ଇଣ୍ଟ୍ରାନାଜାଲ୍ ଟିକାର ମୂଲ୍ୟ ଘୋଷଣା କରିଥିଲା । ସରକାରଙ୍କୁ ଏହି ଟିକା ପ୍ରତି ଡୋଜ୍ ୩୨୫ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯିବ । ଘରୋଇ ଟିକାକରଣ କେନ୍ଦ୍ରକୁ ଏହାର ଦାମ୍ ଡୋଜ ପିଛା ୮୦୦ ଟଙ୍କା ହେବ।

FacebookTwitterLinkedinWhatsapp
Exit mobile version