Site icon ଆଜିକାଲି

ଡବଲ୍ୟୁପିଏଲ୍‌ : ଗୁଜୁରାଟକୁ ୧୪୩ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଭାରତୀୟ କ୍ରିକେଟ ଇତିହାସର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)- ୨୦୨୩ର ଉଦ୍‌ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଗୁଜରାଟ ଜାଏଣ୍ଟସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର୍ ଲିଗ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅଧିନାୟିକା ହର୍ମନପ୍ରୀତ୍ କୌର ମାତ୍ର ୨୨ ବଲ୍‌ରୁ ଏହି ଲିଗ୍‌ର ପ୍ରଥମ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ୬୫ ରନ୍‌ର ପାଳି ଖେଳିଥିଲେ। ୩୦ ବଲ୍‌ରୁ ସେ ୧୪ ଚୌକା ବଳରେ ୬୫ ରନ୍‌ କରିବାରୁ ମୁମ୍ବାଇ ୨୦୭ ରନ୍‌ କରିଥିଲା। ପ୍ରାରମ୍ଭରୁ ୱେଷ୍ଟଇଣ୍ଡିଜ୍‌ ତାରକା ହାର୍ଲେ ମାଥ୍ୟୁସ (୩୧ ବଲ୍‌ରୁ ୪୭ ରନ୍, ୪ ଛକା, ୩ ଚୌକା) ଏବଂ ଶେଷ ଭାଗରେ ନ୍ୟୁଜିଲାଣ୍ଡର୍‌ ଆମେଲିଆ କେର୍‌ (୨୪ ବଲ୍‌ରୁ ୪୫* ରନ୍‌, ୬ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜବାବରେ ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟିକା ବେଥ୍ ମୁନି ରିଟାର୍ଡ ହର୍ଟ ହେବା ସହିତ ଗୁଜରାଟ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରତ୍ୟାବର୍ତନ କରିପାରିନଥିଲା। ବେଙ୍ଗଲ ସ୍ପିନର୍‌ ସାଇକା ଈଶାକ (୩.୧-୦-୧୧-୪)ଙ୍କୁ ଖେଳି ନପାରି ଗୁଜରାଟ ୬୪/୯ରେ ସୀମିତ ରହିଥିଲା। ଦଳ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । 

Exit mobile version