Site icon ଆଜିକାଲି

ଭାରତୀୟ କୁସ୍ତି ସଂଘ ନିର୍ବାଚନ ସ୍ଥଗିତ, ବ୍ରଜଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ରେସଲର

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ନେତୃତ୍ୱରେ ବହୁ ରେସଲର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ଜାରି ରଖିଛନ୍ତି । ବ୍ରଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଆସନ୍ତା ମେ ୭ରେ ଡବ୍ଲୁଏଫ୍ଆଇ ନିର୍ବାଚନ ହେବାର ଥିଲା। ତେବେ ରେସଲରଙ୍କ ଆନ୍ଦୋଳନ ମଧ୍ୟରେ ନିର୍ବାଚନ ସ୍ଥଗିତ ରଖାଯାଇଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଉପସଚିବ ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପି.ଟି ଉଷାଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି। ବର୍ତ୍ତମାନ ଭାରତୀୟ ଅଲିମ୍ପିକ୍ ସଂଘ ଏକ ଆଡହକ୍ କମିଟି ଗଠନ କରି ୪୫ ଦିନ ମଧ୍ୟରେ ଡବ୍ଲୁଏଫ୍ଆଇ କାର୍ଯ୍ୟନିର୍ବାହୀ କମିଟିର ନିର୍ବାଚନ କରିବ। ଏହାଛଡ଼ା ଏହି କମିଟି ଡବ୍ଲୁଏଫ୍ଆଇର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଦେଖିବ ।

ବ୍ରଜଭୂଷଣ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏକ ମନିଟରିଂ କମିଟି ଗଠନ କରିଥିଲା । କମିଟ ମଧ୍ୟ ନିଜ ରିପୋର୍ଟ ଦାଖଲ କରିଛି । ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ରେସଲର ।

Exit mobile version