Site icon ଆଜିକାଲି

ଲଗାତାର ତୃତୀୟ ଥର ଚୀନ୍ ରାଷ୍ଟ୍ରପତି ହେଲେ ଜିନପିଙ୍ଗ

ବେଜିଂ : ଲଗାତାର ତୃତୀୟ ଥର ପାଇଁ ଚୀନ୍ ରାଷ୍ଟ୍ରପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସି ଜିନପିଙ୍ଗ । ଚୀନ୍ ସଂସଦ ‘ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)’ର ୧୪ତମ ଅଧିବେଶନରେ ପ୍ରାୟ ୩୦୦୦ ସଦସ୍ୟ ସର୍ବସମ୍ମତି କ୍ରମେ ସି ଜିନପିଙ୍ଗଙ୍କୁ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ୬୯ ବର୍ଷୀୟ ଜିନପିଙ୍ଗଙ୍କ ବିରୋଧରେ ​​ଅନ୍ୟ କୌଣସି ପ୍ରାର୍ଥୀ ଛିଡ଼ା ହୋଇନଥିଲେ। ଚୀନ୍‌ର ଏହି ସଂସଦକୁ ରାଷ୍ଟ୍ରପତିଙ୍କ ରବର ଷ୍ଟାମ୍ପ କୁହାଯାଏ।

ମତଦାନ ପ୍ରକ୍ରିୟା ଏକ ଘଣ୍ଟା ଧରି ଚାଲିଥିବା ବେଳେ ଭୋଟ ଗଣତି ୧୫ ମିନିଟରେ ଶେଷ ହୋଇଥିଲା । ଏହି ନିର୍ବାଚନରେ ଜିନପିଙ୍ଗଙ୍କ ବିଜୟ ନିଶ୍ଚିତ ଥିଲା । କାରଣ ୨୦୧୮ରେ ଚୀନ୍ ସମ୍ବିଧାନରେ ପରିବର୍ତ୍ତନ କରାଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସୀମା ହଟାଇ ଦିଆଯାଇଥିଲା। ସେତେବେଳେ ହିଁ ସ୍ପଷ୍ଟ ହୋଇଥିଲା ଯେ ଜିନପିଙ୍ଗ୍ ୨୦୨୩ରେ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବେ ।

Exit mobile version