Site icon ଆଜିକାଲି

ତୃତୀୟ ଥର ୫ ବର୍ଷ ପାଇଁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ପଦ ସମ୍ଭାଳିବେ ସି ଜିନ୍ ପିଙ୍ଗ୍

Chinese President Xi Jinping votes during the closing ceremony of the 20th National Congress of the Communist Party of China, at the Great Hall of the People in Beijing, China October 22, 2022. REUTERS/Tingshu Wang

ନୂଆଦିଲ୍ଲୀ : ପୁଣି ଥରେ ବିରୋଧୀଙ୍କୁ ପଛରେ ପକାଇ ସି ଜିନ୍ ପିଙ୍ଗ୍ ନିଜ ଦମ୍ ଦେଖାଇଛନ୍ତି କ୍ଷମତା। ସମାଚାର ଏଜେନ୍ସୀ ଏଏଫପି ଅନୁଯାୟୀ ଜିନପିଙ୍ଗଙ୍କୁ ତୃତୀୟ ଥର ୫ ବର୍ଷ ପାଇଁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ପଦ ମିଳିଛି। ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ରେକର୍ଡ ତୃତୀୟ ଥର ଚୀନର ସବୁଠୁ ଶକ୍ତିଶାଳୀ ନେତାଙ୍କ ପଦ ସମ୍ଭାଳିଛନ୍ତି। ସେ ଚୀନ୍‌ର ସବୁଠୁ ବଡ଼ ଶକ୍ତିଶାଳୀ ଦଳ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବରେ ନିଯୁକ୍ତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ। ଏହି ପାର୍ଟି ହିଁ ଚୀନ ସେନାର ନେତୃତ୍ଵ କରିଥାଏ।

ରିପୋର୍ଟ ଅନୁଯାୟୀ ସି ଜିନପିଙ୍ଗ୍ ତୃତୀୟ ଥର ସଫଳତା ପୂର୍ବକ ସବୁଠୁ ଶକ୍ତିଶାଳୀ ନେତା ପାଲଟିଛନ୍ତି। ରବିବାର ଗ୍ରେଟ ହଲ ଅଫ୍ ଦ ପିପୁଲରେ ହେଉଥିବା ୨୦ ତମ ରାଷ୍ଟ୍ରୀୟ କଂଗ୍ରେସରେ ସେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ସି ଜିନପିଙ୍ଗ କହିଛନ୍ତି ଯେ, ଆପଣ ମୋ ଉପରେ ଯେଉଁ ଭରସା କରିଥିଲେ, ସେଥିପାଇଁ ମୁଁ ଦଳକୁ ସଚ୍ଚୋଟତାର ସହ ଧନ୍ୟବାଦ ଦେଉଛି।

ଏହା ପୂର୍ବରୁ ଶନିବାର ୨୦ତମ ରାଷ୍ଟ୍ରୀୟ କଂଗ୍ରେସରେ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ଯେତେବେଳେ ବୈଠକରେ ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓଙ୍କୁ ସଭାରୁ ବାହାରକୁ ବାହାର କରାଯାଇଥିଲା। ଜିନ୍ତାଓ ରାଷ୍ଟ୍ରପତିଙ୍କ ପାଖରେ ବସିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।

Exit mobile version