Site icon ଆଜିକାଲି

‘ଯୋଗ ଏକ ବିଶ୍ବସ୍ତରୀୟ ଆନ୍ଦୋଳନ, ସଂସାରକୁ ଯୋଡ଼ି ଥାଏ’ : ପ୍ରଧାନମନ୍ତ୍ରୀ

ଓ୍ବାଶିଂଟନ: ଅନ୍ତର୍ଜାତୀୟ ଯୋଗ ଦିବସରେ ଆମେରିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗ ମନ୍ତ୍ର । ବିଶ୍ବକୁ ଯୋଗ ଶିକ୍ଷା ଦେଲେ ମୋଦି । ଭାରତ ସବୁବେଳେ ଯୋଡ଼ିବା, ଆପଣେଇବା ସହିତ ଆଲିଙ୍ଗନ କରିବାର ପରମ୍ପରା ପାଇଁ ପରିକରବଦ୍ଧ । ଯୋଗ ମାଧ୍ୟମରେ ବିରୋଧାଭାଷ, ବାଧାବିଘ୍ନ ଓ ଅପରାଧକୁ ଶେଷ କରିହେବ । ପ୍ରଧନମନ୍ତ୍ରୀ ଭିଡିଓ ସନ୍ଦେଶ ଦେଇ କହିଛନ୍ତି, ଭାରତୀୟ ସବୁବେଳେ ନୂଆ ବିଚାରକୁ ସ୍ବାଗତ କରିଥାନ୍ତି ଏବଂ ଏହାକୁ ସଂରକ୍ଷଣ ଦେଉଛନ୍ତି ।

ଭାରତୀୟ ସଂସ୍କୃତି ହେଉ ଅବା ସମାଜ ନିର୍ମାଣ, ଭାରତର ଆଧ୍ୟାତ୍ମକିତା ହେଉ ଅବା ଆଦର୍ଶ, ଭାରତର ଦର୍ଶନ ହେଉ କି ଦୂରଦୃଷ୍ଟି, ଭାରତ ସବୁବେଳେ ଯୋଡ଼ିବା ପରମ୍ପରାକୁ ଆପଣାଇଛି । ଯୋଗ ଦିବସରେ ବିଶ୍ବବାସୀଙ୍କୁ ଶୁଭକାମନା ଜଣାଇ ପିଏମ୍ ମୋଦି କହିଛନ୍ତି, ଯୋଗର ପ୍ରସାର ଭାରତର ବିଚାରରୁ ବିସ୍ତାର ହୋଇଛି । ଯାହା ପୂରା ସଂସାରକୁ ଏକ ପରିବାର ଭାବେ ଏକତ୍ରିତ କରିଛି । ପିଏମ କହିଛନ୍ତି, ଯୋଗ ବିସ୍ତାରର ଅର୍ଥ ‘ବସୁଧୈବ କୁଟୁମ୍ବକମ୍’ଙ୍କ ଭାବନାର ବିସ୍ତାର । ତେଣୁ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀର ବିଷୟ ମଧ୍ୟ ଏକ ପୃଥିବୀ, ଏକ ପରିବାର ଏକ ଭବିଷ୍ୟତ ଅଟେ ।

ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ୟୋଗା ଫର୍ ବସୁଧୈବ କୁଟୁମ୍ବକମ୍ ‘। ଯୋଗ ଏମିତି ଏକ ସ୍ବାସ୍ଥ୍ୟ ଏବଂ ସମର୍ଥଶାଳୀ ସମାଜ ନିର୍ମାଣ କରିଥାଏ, ଯେଉଁଥିରେ ସାମୂହିକ ଉର୍ଜା ଠାରୁ ଅନେକ ଗୁଣ ଅଧିକ। ଗତ କିଛି ବର୍ଷ ହେଲା ସ୍ବଚ୍ଛ ଭାରତ ସଂକଳ୍ପରୁ ନେଇ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅଭିଯାନ ପର୍ଯ୍ୟନ୍ତ ଏବଂ ଆତ୍ମନିର୍ଭର ଭାରତ ଠାରୁ ଆରମ୍ଭ କରି ସାଂସ୍କୃତିକ ପୁନଃନିର୍ମାଣ ପର୍ଯ୍ୟନ୍ତ ସମସ୍ତ ଯୋଗର ଅବଦାନ କହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏଥିରେ ଯୁବବର୍ଗଙ୍କ ଅବଦାନ ଅସାଧାରଣ । ଏବେ ଦେଶବାସୀଙ୍କ ମନ ବଦଳିଛି, ତେଣୁ ଜୀବନର ଶୈଳି ମଧ୍ୟ ବଦଳୁଛି ।

Exit mobile version