Site icon ଆଜିକାଲି

ୟୁଟ୍ୟୁବର ବବି କଟାରିଆଙ୍କୁ ମିଳିଲା ଜାମିନ୍‌

ମୁମ୍ଵାଇ : ୟୁଟ୍ୟୁବର୍ ବଲୱିନ୍ଦର (ବବି) କଟାରିଆରଙ୍କୁ ମିଳିଲା ଜାମିନ୍‌ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ମାମଲାରେ ଦୁଇମାସ ଫେରାରଥିବା ବେଳେ ଶୁକ୍ରବାର ଦିନ ଦେହରାଡୁନର ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜଜ୍ ସଞ୍ଜୟ କୁମାରଙ୍କ କୋର୍ଟ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ପ୍ରଦାନ କରିବା ପରେ କଟାରିଆକୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଯେ, ଗତ ଅଗଷ୍ଟ ମାସରେ ୟୁଟ୍ୟୁବର୍ ବବି କଟାରିଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କଟାରିଆ ରାସ୍ତା ମଝିରେ ଏକ ଚେୟାରରେ ବସି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମାମଲାରେ କଟାରିଆ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​କିନ୍ତୁ ବବି ଖସି ପଳାଇଥିଲା।

Exit mobile version