ମେଷ – କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଜୀବନସାଥୀଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ । ଜୀବିକା କ୍ଷେତ୍ରରେ ଅଗ୍ରଗତି କରିବେ । ନୂତନ ପ୍ରେମରେ ପଡ଼ି ପାରନ୍ତି ।ସ୍ୱାସ୍ଥ୍ୟ ମଧ୍ୟମ ହେବ, ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ।
ବୃଷ – ସୁଖ ସମ୍ମାନ ଲାଭ ହେବ । ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ ।
ମିଥୁନ – ଆଳସ୍ୟ ଯୋଗୁଁ ଅସୁବିଧାରେ ପଡ଼ିବେ । ଶତ୍ରୁମାନଙ୍କ ଉପରେ ଭାରୀ ହେବେ । ସାମାନ୍ୟ ଶାରୀରିକ ସମସ୍ୟା ଦେଖା ଦେବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଠିକ୍ ରହିବ । ଛାତ୍ର ଛାତ୍ରୀ ମାନେ ଅମନଯୋଗୀ ହେବେ ।
କର୍କଟ – କାର୍ଯ୍ୟ ହାନି ଘଟିବ। ଜମି, ନିର୍ମାଣ, ଯାନ କ୍ରୟ ସମ୍ଭବ ହେବ । ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମନ ମତାନ୍ତର ହୋଇ ପାରେ ।
ସିଂହ – ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ନିଜେ ଶକ୍ତିଶାଳୀ ରହିବେ। ବୃତ୍ତିଗତ ଭାବରେ ଏକ ଉତ୍ତମ କାର୍ଯ୍ୟ କରିବାକୁ ଆଗ୍ରହୀ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ । ପ୍ରେମ ସମ୍ପର୍କ ଦୃଢ଼ ହେବ । ବିଦ୍ୟାର୍ଥୀ ଲାଭବାନ ହେବେ ।
କନ୍ୟା – ପରିଶ୍ରମ ଅଧିକ ରହିବ । ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ । ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ । ପ୍ରେମ ସମ୍ପର୍କରେ ଉନ୍ନତି ଆସିବ । ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସମୟ ବହୁତ ଭଲ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମୀ ହେବେ ।
ତୁଳା – ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ । ଠକାମୀର ଶିକାର ହୋଇ ପାରନ୍ତି । ପ୍ରାତ୍ତଃରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଯକୃତ ଜନିତ ସମସ୍ୟା ଦେଖା ଦେବ । ବ୍ୟବସାୟର ଲାଭ କ୍ଷତି ସମାନ ହେବ ।
ବିଛା – ସେବା ପୂଜାରେ ମନୋନିବେଶ କରିବେ । କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ । ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ ।
ଧନୁ – ଦିନଟି ଅତି ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।
ମକର – ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । କିଛି କାର୍ଯ୍ୟକୁ ହାସଲ କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ି ପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ ।
କୁମ୍ଭ – ପରିବାର ସହ କିଛି ବିଶେଷ ଆଲୋଚନା କରିବେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇ ପାରେ ।
ମୀନ – କିଛି ମୂଲ୍ୟବାନ ଜିନିଷ ନଷ୍ଟ ହେବ ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।