ବାଲେଶ୍ୱର : ଓଏସଏସିର ଜେ.ଇ(ମେନ୍ସ) ସିଭିଲ୍ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସହଦେବଖୁଂଟା ଆଦର୍ଶ ଥାନା ପୋଲିସ୍ ପୁଣି ଆଉ ୮ଜଣଙ୍କୁ ଗିରଫ କରିଛି । ଆଜି ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଆଶାମୀ ମାନେ ହେଲେ ବିଜୟ ମଲ୍ଲିକ(୨୫), ଶାନ୍ତନୁ ମିଶ୍ର (୨୯), ସନ୍ଦିପ କୁମାର ମହାନ୍ତି(୨୭), ପ୍ରଦୀପ ଶତପଥୀ(୨୪), ନିରଞ୍ଜନ ବେହେରା(୫୫), ଅଜୟ କୁମାର ବିଶ୍ୱାଳ(୪୩), ରାଜୀବ ଲୋଚନ ସାହୁ(୩୩) ଏବଂ ସପନ କୁମାର ରାଉତ(୩୩) ଏହି ୮ଜଣଙ୍କୁ ମିଶାଇ ଅଦ୍ୟାବଧି ମୋଟ୍ ୨୫ଜଣ ଗିରଫ ହୋଇସାରିଲେଣି । ଏ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇ କହିଥିଲେ କି, ପୋଲିସ୍ ବିଭାଗ ପକ୍ଷରୁ ବିଶାଳ କୁମାର, ଗୋବୀନ୍ଦ ତ୍ରିପାଠୀ ଏବଂ ସୁଶାନ୍ତ କୁମାର ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଯଥାକ୍ରମେ ପାଟନାର ଆକାଉଂଟାଂଟ ଜେନେରାଲଙ୍କ କାର୍ଯ୍ୟାଳୟ, କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖାଯାଇଥିଲା । ସେହିପରି ଅଜୟ କୁମାର ବିଶ୍ୱାଳ, ବିଜୟ କୁମାର ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମେନ୍ତ ବାଲେଶ୍ୱର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ପତ୍ର ଲେଖାଯାଇଥିଲା । ପୋଲିସ୍ ତଦନ୍ତ ଜାରି ରଖି ବିଶାଳ କୁମାର, ବୀରେନ୍ଦ୍ର ସିଂ, ବିଜେନ୍ଦ୍ର କୁମାର, ପଟ୍ଟା ସୁନୀଲ, ସୁଶାନ୍ତ କୁମାର ସାହୁ ଏବଂ ଗୋବିନ୍ଦ ତ୍ରିପାଠୀଙ୍କୁ ଧରିବାପାଇଁ ଉଦ୍ୟମ ଜାରି ରଖିଥିଲା । ଏଥିପାଇଁ ସଫ୍ଟ ୱାରେଂଟ ମଧ୍ୟ ଜାରି କରାଯାଇଥିଲା । ସେମାନଙ୍କୁ ଆଗାମୀ ଦିନରେ ଜାମିନ୍ ନ ଦେବାପାଇଁ ମଧ୍ୟ ଅଦାଲତରେ ଆବେଦନ କରାଯାଇଥିଲା । ଦୁଇଜଣ ମଧ୍ୟସ୍ଥିଙ୍କୁ ଏବେବି ଖୋଜା ଚାଲିଛି । ସ୍ଥାନୀୟ ମଧ୍ୟସ୍ଥି ‘ମେନ୍ ପାୱାର କନସଲଂଟାନ୍ସି ସର୍ଭିସେସ୍’ ଏବଂ ‘ଅନଲାଇନ୍ ଷ୍ଟଡି ଗ୍ରୁପ୍ସ’ ପକ୍ଷରୁ ଟେଲିଗ୍ରାମ ଏବଂ ହ୍ୱାଟ୍ସ ଅପ୍ ଭଳି ସୋସିଆଲ ମିଡ଼ିଆ ଛାତ୍ରଛାତ୍ରୀ ମାଧ୍ୟମରେ ପରୀକ୍ଷାର୍ଥୀମାନଙ୍କ ସହ ଯୋଗାଯୋଗ କରାଯାଇଥିବା ପ୍ରମାଣ ପୋଲିସ୍ ନିକଟରେ ରହିଛି । ଏହି ଘଟଣାରେ ଓଡ଼ିଶା ତଥା ରାଜ୍ୟ ବାହାରେ ଆଉ କେତେକ ବ୍ୟକ୍ତିବିଶେଷ ରାକେଟରେ ସଂପୃକ୍ତ ଥିବାର ତଦନ୍ତରୁ ଜଣାପଡ଼ିଛି । ତେଣୁ ପୋଲିସ୍ ଖୁବ୍ ଶୀଘ୍ର ତଦନ୍ତ କରି ଅବଶିଷ୍ଟ ଅପରାଧୀଙ୍କୁ ଗିରଫ କରିବା ବୋଲି ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
August 5, 2023
0 Comment
197 Views
ଓସଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ପୁଣି ୮ ଗିରଫ
by Editor 02
ବାଲେଶ୍ୱର : ଓଏସଏସିର ଜେ.ଇ(ମେନ୍ସ) ସିଭିଲ୍ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ସହଦେବଖୁଂଟା ଆଦର୍ଶ ଥାନା ପୋଲିସ୍ ପୁଣି ଆଉ ୮ଜଣଙ୍କୁ ଗିରଫ କରିଛି । ଆଜି ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଆଶାମୀ ମାନେ ହେଲେ ବିଜୟ ମଲ୍ଲିକ(୨୫), ଶାନ୍ତନୁ ମିଶ୍ର (୨୯), ସନ୍ଦିପ କୁମାର ମହାନ୍ତି(୨୭), ପ୍ରଦୀପ ଶତପଥୀ(୨୪), ନିରଞ୍ଜନ ବେହେରା(୫୫), ଅଜୟ କୁମାର ବିଶ୍ୱାଳ(୪୩), ରାଜୀବ... Read More