କେନ୍ଦୁଝର, ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଆକୁଳ ପଞ୍ଚାୟତ ଅନ୍ତର୍ଗତ ବାଲେଶ୍ଵର ଗ୍ରାମର ଭାସ୍କର ଫୁଦକାର ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ପିଠିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେ ଆଜି ସକାଳେ ଆମ୍ବ ତୋଳିବା ପାଇଁ ଆମ୍ବ ବଗିଚାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀଟି ଶୁଣ୍ଢରେ ଧରି ଫୋପାଡି ଦେଇଥିଲା। ଅନ୍ୟ ଲୋକମାନେ ହୋହାଲ୍ଲା କରିବାରୁ ହାତୀ ସେ ସ୍ଥାନ ଛାଡି ପଳାଇ ଯାଇଥିଲା। ତେଲକୋଇ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ହାତୀ ପଲଙ୍କ ଉତ୍ପାତରେ ଧନଜୀବନ ହାନି ଘଟିବାରେ ଲାଗିଛି।
June 8, 2023
0 Comment
119 Views
ଶୁଣ୍ଢରେ ଟେକି ହାତୀ ଫେପାଡ଼ି ଦେବାରୁ ଜଣେ ଗୁରୁତର, କେନ୍ଦୁଝର ଡାକ୍ତରଖାନାକୁ ହେଲେ ସ୍ଥାନାନ୍ତରିତ
କେନ୍ଦୁଝର, ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଆକୁଳ ପଞ୍ଚାୟତ ଅନ୍ତର୍ଗତ ବାଲେଶ୍ଵର ଗ୍ରାମର ଭାସ୍କର ଫୁଦକାର ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ପିଠିର ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେ ଆଜି ସକାଳେ ଆମ୍ବ ତୋଳିବା ପାଇଁ ଆମ୍ବ ବଗିଚାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି... Read More