ସେଣ୍ତକାପ ରେ ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳିତ,ଉଡିଲା ଖାଇଦୋଳି
କେନ୍ଦୁଝର, (ନିପ୍ର) ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ତା ଙ୍କ ଅଧ୍ୟକ୍ଷତାରେ ସଦର ବ୍ଲକ ଅନ୍ତର୍ଗତ ସେଣ୍ତକାପ ଗ୍ରାମର ପୋଇଆମ୍ବ ତୋଟା ମା’ଦୁର୍ଗା ମଣ୍ତପ ନିକଟରେ ଜିଲ୍ଳା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜୁନ ୧୪ତାରିଖ ଲୋକକଳା ଲୋକକଳା ଦିବସ-୨୦୨୩ ପାଳିତ ହୋଇଯାଇଛି। ଆୟୋଜିତ ଏହି ମହାସମାରୋହରେ ଅତିରିକ୍ତଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗଵତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ସରକାର ଙ୍କ କଳା ଓ କଳାକାର ପ୍ରତିଥିବା ଆନ୍ତରିକତାର ଏକ ବିଶିଷ୍ଠ ନମୁନା ଲୋକ କଳା ଦିବସ ପାଳନର ଉଦେଶ୍ୟ ଓ ଆଭିମୁଖ୍ୟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଞ୍ଚୟ ମୁଣ୍ତା,ସଦର ବ୍ଲକ ଚେୟାରମ୍ୟାନ ଜ୍ୟୋତିମୟୀ ନାଏକ,ସଦର ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ଶରତ ମହାନ୍ତ ପ୍ରମୁଖ ଲୋକକଳା ଦିବସ ଓ କଳାର ଭୂୟଶିଂ ପ୍ରଶଂସା କରିଥିଲେ। ଏହି ଅବସର ରେ ରଜମହତ୍ସବ ପାଇଁ ସେଣ୍ତକାପ ରଜ ମହତ୍ସବ କମିଟି ପକ୍ଷରୁ ୪ଗୋଟି ଖାଇ ଦୋଳି ପକାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଝିଅ,ବହୂ କୁନିକୁନି ପିଲା ମାନଙ୍କ ସମାଗମ ହୋଇଛି। ଦୋଳି ଖେଳ ସହିତ ଢଗଢମାଳି ରଜ ଗୀତ ରେ ଚଳଚଞ୍ଚ ହୋଇ ଉଠିଛି ସେଣ୍ତକାପ ରଜମହତ୍ସବ ସ୍ଥାନ। ଘରେ ଘରେ ପିଠାପଣା ମାଂସ ଭାତ ଆଦି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ହସଖୁସିରେ ଲୋକେ ରଜ ପର୍ବ କୁ ପାଳନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ୧୬ତାରିଖ ତିନିଦିନ ଧରି ଚାଲିବ ବୋଲି ଆୟୋଜକ ଙ୍କ ଠାରୁ ପ୍ରକାଶ। ଏହି କାର୍ଯ୍ୟକ୍ରମରେ ଦାସକାଠିଆ ଗାୟକ ପୁରକର ନାଏକ କଳା ପଦର୍ଶନ କରିଥିବାବେଳେ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପାଲାପରିବେଶଣ କରିଥିଲେ। ଶରତ ମହାନ୍ତ,ଧମ୍ବରୁଧର ହାସୁ ଝୁମର ପରିବେଶଣ କରିଥିଲ। ସେଣ୍ତକାପ ରଜ ମହତ୍ସବ କମିଟି ଏବଂ ଜିଲ୍ଳା ପ୍ରଶାସନ ପରିଚାଳନାରେ ସହଯୋଗ କରୁଛନ୍ତି।