କେନ୍ଦୁଝର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟତଃ ଖଣି ଖାଦାନ ଭରା ଜିଲ୍ଲା।ଏହି ଜିଲାର ଲୋକଙ୍କ ମୁଖ୍ୟତ ଟ୍ରକ ରେ ଲୁହାପଥର ପରିବହନ କରିବା ମୁଖ୍ୟ ବ୍ୟବସାୟ,ବର୍ତ୍ତମାନ ପରିସ୍ଥିତି ରେ ଲୁହାପଥର ପରିବହନ ରେ ବାହାର ରାଜ୍ୟର ଟ୍ରଲର ରେ କମ ମୂଲ୍ୟରେ ଲୁହାପଥର ପରିବହନ କରିବା ଦ୍ୱାରା କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର କୋଇଡା ଅଞ୍ଚଳର ଟ୍ରକ ବ୍ୟବସାୟ ମାନେ ଟ୍ରକ ରେ ପରିବହନ ନ କରି ପାରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି।ଏନେଇ କେନ୍ଦୁଝର ଜିଲ୍ଲାର ୫ଟି ଓ ସୁନ୍ଦରଗଡ଼ ଜିଲା କୋଇଡା ଟ୍ରକ ମାଲିକ ସଂଘ କୁ ମିଶାଇ ୬ ଟି ଟ୍ରକ ମାଲିକ ସଂଘ କୁ ନେଇ ଗଠିତ କୋର କମିଟି ପକ୍ଷରୁ ଆଜି ସହର ର ରୋଟାରୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାହାର ରାଜ୍ୟର ଟ୍ରଲର ରେ କମ ମୂଲ୍ୟରେ ଲୁହାପଥର ପରିବହନ କୁ ବିରୋଧ କରିଛନ୍ତି। ଆସନ୍ତା ୪ ତାରିଖରେ ଚମ୍ପୁଆ ଥାନା ରଘୁଆଳ ସାହି ନିକଟରେ ୬ ଟି ଟ୍ରକ ମାଲିକ ସଂଘ ମିଳିତ ଭାବେ ଟ୍ରଲର ଲୋଡିଙ୍ଗ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏଥିରେ କୋର କମିଟି ସମ୍ପାଦକ ଦେବୁ ପଟ୍ଟନାୟକ,ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର,ସମ୍ପାଦକଯୋଡ଼ା ଟ୍ରକ ମାଲିକ ସଂଘ ସୁଶାନ୍ତ ବାରିକ,କୋଇଡା ଟ୍ରକ ମାଲିକ ସଂଘ ସଦସ୍ୟ କେଦାର ପଣ୍ଡା ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।
August 2, 2023
0 Comment
591 Views
କେନ୍ଦୁଝର ଲିଲ୍ଲାରୁ ଟ୍ରଲର ଯୋଗେ ଖଣିଜ ପରିବହନ କୁ ବିରୋଧ କରିବ ଲିଲ୍ଲା ଟ୍ରକ ମାଲିକ ସଂଘ
କେନ୍ଦୁଝର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟତଃ ଖଣି ଖାଦାନ ଭରା ଜିଲ୍ଲା।ଏହି ଜିଲାର ଲୋକଙ୍କ ମୁଖ୍ୟତ ଟ୍ରକ ରେ ଲୁହାପଥର ପରିବହନ କରିବା ମୁଖ୍ୟ ବ୍ୟବସାୟ,ବର୍ତ୍ତମାନ ପରିସ୍ଥିତି ରେ ଲୁହାପଥର ପରିବହନ ରେ ବାହାର ରାଜ୍ୟର ଟ୍ରଲର ରେ କମ ମୂଲ୍ୟରେ ଲୁହାପଥର ପରିବହନ କରିବା ଦ୍ୱାରା କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର କୋଇଡା ଅଞ୍ଚଳର ଟ୍ରକ ବ୍ୟବସାୟ ମାନେ ଟ୍ରକ ରେ ପରିବହନ ନ କରି ପାରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି।ଏନେଇ କେନ୍ଦୁଝର... Read More