କେନ୍ଦୁଝର, କେନ୍ଦୁଝର ଜିଲ୍ଲାକୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଏକ ଦିବସୀୟ କୃଷିଯନ୍ତ୍ରପାତି ବିତରଣ ଓ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାକୁ ମୁଖ୍ୟ ଅତିଥି ପାଟଣା ବିଧାୟକ ଜଗନ୍ନାଥ ନୟକ ତଥା ଯୋଜନାବର୍ଡ ଅଧ୍ୟକ୍ଷ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡିଏଫଏମ୍ ସହାୟତାରେ କେନ୍ଦୁଝର ଜିଲ୍ଲାରେ ଚାଷ ହେଉଥିବା ପୃଷ୍ଟିଶସ୍ୟରେ ବ୍ୟହୃତ ହେଉଥିବା ମାଣ୍ତିଆ ଅମଳଯନ୍ତ୍ର ଏବଂ ମାଣ୍ତିଆ ଗୁଣ୍ତ କରୁଥିବାଯନ୍ତ୍ର କୁ ଚାଷୀ ଭାଇ ଭଉଣୀ ଙ୍କ ପାଖରେ ସହଜରେ ଉପଲବ୍ଧ କରାଇବା ଓ ପୃଷ୍ଟିଶସ୍ୟ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟା ଉପରେ ସଚେତନା କରାଯାଇବା ସହିତ ପୁଷ୍ଟିଶସ୍ୟ କୁ ଘୋରଇ ବ୍ୟବହାର ରେ ବୃଦ୍ଧି କରିପରି କରାଯିବ ଏବଂ ମିଲେଟ ମିଶନ ମାଧ୍ୟମରେ ପ୍ରଦାନ କରାଯାଉଥିବା ସୁବିଧା ସୁଯାେଗ ଉପରେ ଲୋକଙ୍କୁ ସଚେତନା କରାଇବା ମୁଖ୍ୟ ଲକ୍ଷ ରହିଛି।ଏଣୁ ଏହି ପରିପ୍ରେକ୍ଷୀରେ ବିଧାୟକ ଙ୍କ ସମେତ ଶ୍ରୀଯୁକ୍ତ ମିହିର କୁମାର ସାହୁ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଶୁସାନ୍ତ କୁମାର ମଲ୍ଲିକ,ପ୍ରକଳ୍ପ ନିର୍ଦେଶକ ଜଳବିଭିଜିକା ଡା: ଜୟନ୍ତ କୁମସର ନାୟକ,ଉପନିର୍ଦେଶକ ଉଦ୍ୟାନ ବିଭାଗ ଶ୍ରୀଯୁକ୍ତ ଏକାଦଶୀ ନଦୀ,ବହନ ଓ ପ୍ରାକୃତିକ ବିଶେଷଜ୍ଞ ଏବଂ ଶ୍ରୀଯୁକ୍ତ ଗୋକୁଳ ପ୍ରଧାନ ଜିଲ୍ଲା କୃଷି ଅଧିକାରୀ ଙ୍କ ମିଳିତ ଭାବେ ସର୍ବମୋଟ ୧୪ଗୋଟି ମାଣ୍ତିଆ ଗୁଣ୍ତଯନ୍ତ୍ର ଓ ୭ଗୋଟି ମାଣ୍ତିଆ ଅମଳଯନ୍ତ୍ର ସର୍ବମୋଟ ୨୧ଗୋଟି ମହିଳାସ୍ବୟଂସହାୟକଗାଷ୍ଠୀ କୁ ପ୍ରଦାନ କରିଥିଲେ।ଯନ୍ତ୍ରପାତି ବିତରଣ ସହିତ ପୁଷ୍ଟିଶସ୍ୟର ଏକ ଖାଦ୍ୟମେଳା ଅନୁଷ୍ଠିତ ହୋଇଥିଲା।ଏହି ଖାଦ୍ୟମେଳାରେ ସର୍ବମୋଟ ୧୦ଟି ମହିଳାସ୍ବୟଂସହାୟକ ଗୋଷ୍ଠୀ ପୃଷ୍ଟିଶସ୍ୟ ପ୍ରସ୍ତୁତ ପ୍ରତିଯୋଗୀତାରେ ଭାଗନେଇଥିଲେ।ଏଥିରେ ହରିଚନ୍ଦନପୁର ର ସୂର୍ଯ୍ୟଦୟା ସ୍ବୟଂସାହାୟକ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଦ୍ବିତୀୟ ସ୍ଥାନ ସଦର ବ୍ଲକର କ୍ରିଷ୍ଣା ସ୍ବୟଂସହାୟକଗୋଷ୍ଠୀ ଅଧିକାର କରିଥିଲା।ଏହାପରେ ବିଧାୟକ ଶ୍ରୀ ନାୟକ ଘଟଗାଁ,ତେଲକୋଇ,ସାହାରପଡା,ପାଟଣା ୪ ନୂତନ ବ୍ଲକ କୁ କ୍ଷୁଦ୍ରଶସ୍ୟ ଉପରେ ସଚେତନା କରିବା ପାଇଁ ଏକ ସଚେତନା ରଥ ର ଉଦଘାଟନ କରିଥିଲେ।ଏହି ସଚେତନା ରଥ ଗୁଡିକ ଏହି ବ୍ଲକ୍ ରେ ୮ଦିନ ଧରି ୧୩୫ଟି ଗାଁ କୁ ଯାଇ ଲୋକଙ୍କୁ ପୃଷ୍ଟିଶସ୍ୟ ଉପରେ ସଚେତନା କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୧୧ଟି ବ୍ଲକରୁ ୩ଶହରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ସ୍ବୟଂସହାୟକଗୋଷ୍ଠୀ ସାମିଲ ହୋଇଥିଲେ।ଏସଜି ଫାଉଣ୍ତେସନ,ତଦାସା,କ୍ରିଷ୍ଣା,ୱାର୍ଡ,ଜିତା,ଇଣ୍ତିଆ ଏବଂ ଭାରତ ସଂସ୍ଥାର କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ କୁ ସ୍କିମ ଅଫିସର ସୁମନ ସ୍ମିତା ତରୋଇ,ଜିଲ୍ଲା ସଂଯୋଜକ ସଂଞ୍ଜୟ କୁମାର ସାହୁ,ପରମିତା ଗୁମାନସିଂ,ଆର୍ଶଯ୍ୟା ସାହୁ,ତ୍ରିଦେବ ପାଲ,ମନରଂଞ୍ଜନ ନାୟକ,ସୁରଜିତ ଉଦୟସିଂ ପ୍ରମୁଖନ ପରିଚଳାନା କରିଥିଲେ।
August 3, 2023
0 Comment
372 Views
ଏକ ଦିବସୀୟ କୃଷିଯନ୍ତ୍ରପାତି ବିତରଣ ଓ ଖାଦ୍ୟମେଳା
କେନ୍ଦୁଝର, କେନ୍ଦୁଝର ଜିଲ୍ଲାକୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଏକ ଦିବସୀୟ କୃଷିଯନ୍ତ୍ରପାତି ବିତରଣ ଓ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାକୁ ମୁଖ୍ୟ ଅତିଥି ପାଟଣା ବିଧାୟକ ଜଗନ୍ନାଥ ନୟକ ତଥା ଯୋଜନାବର୍ଡ ଅଧ୍ୟକ୍ଷ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡିଏଫଏମ୍ ସହାୟତାରେ କେନ୍ଦୁଝର ଜିଲ୍ଲାରେ ଚାଷ ହେଉଥିବା ପୃଷ୍ଟିଶସ୍ୟରେ ବ୍ୟହୃତ ହେଉଥିବା ମାଣ୍ତିଆ ଅମଳଯନ୍ତ୍ର ଏବଂ ମାଣ୍ତିଆ ଗୁଣ୍ତ କରୁଥିବାଯନ୍ତ୍ର କୁ ଚାଷୀ ଭାଇ ଭଉଣୀ ଙ୍କ ପାଖରେ ସହଜରେ ଉପଲବ୍ଧ... Read More