କେନ୍ଦୁଝର, ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନଠାରେ କେନ୍ଦୁଝରର ଅଗ୍ରଣୀ ଅନୁଷ୍ଠାନ “ଇନ୍ଦ୍ରଧନୁ” ତରଫରୁ ଗତ ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ଯାହାର ନା ଥିଲା “ଇନ୍ଦ୍ରଧନୁ ଅନୁସନ୍ଧାନ ୨୦୨୩”। ଏହି ପ୍ରତିଯୋଗିତାଗୁଡ଼ିକ ହେଲା କୁଇଜ୍, ସାଧାରଣ ଜ୍ଞାନ, ବକ୍ତୃତା, ଚିତ୍ରକଳା, ଫ୍ୟାନସି ଡ୍ରେସ୍, ରଚନା ଇତ୍ୟାଦି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୩୦୦ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ୧୪ ତାରିଖ ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ପାଳନ ଅବସରରେ ଟାଉନ୍ ଥାନା ଅଧିକାରୀ ଶ୍ରୀ ସୁନିଲ କୁମାର କର(ଆଇଆଇସି) ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ଇନ୍ଦ୍ରଧନୁର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବଣ ମଲ୍ଲି ବଣରେ ଫୁଟି ଝରି ନଯାଉ ଏବଂ ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ଇନ୍ଦ୍ରଧନୁର ପ୍ରଚେଷ୍ଟା ପାଇଁ ଶ୍ରୀ କର ପ୍ରଶଂସା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଇନ୍ଦ୍ରଧନୁର କଳାକାର ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରି ସଂସ୍କୃତି ଭବନ ପରିସରକୁ ଦେଶ ପ୍ରୀତିର ଭାବନା ଜାଗ୍ରତ କରିଥିଲେ। ରବୀନ୍ଦ୍ର ବିଦ୍ୟା ନିକେତନର ଛାତ୍ର ପ୍ରୀୟଂଶୁ ପଟ୍ଟନାୟକ ବରିଷ୍ଠ ବର୍ଗରେ ଚାମ୍ପିଅନ ହୋଇଛନ୍ତି।
ଉକ୍ତ ଉତ୍ସବର ସଫଳତା ପାଇଁ ଇନ୍ଦ୍ରଧନୁର ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ଆର୍ ପଟ୍ଟନାୟକ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ର ଛାତ୍ରୀମାନଙ୍କୁ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପ୍ରତି ବର୍ଷ ଇନ୍ଦ୍ରଧନୁ ଅନୁସନ୍ଧାନ ନିଶ୍ଚିତ ଭାବେ ହେବ ବୋଲି ଶ୍ରୀ ପଟ୍ଟନାୟକ ଇଚ୍ଛା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମାର୍ଗ ଦର୍ଶକ ଅଜୟ ଦାସ, ସୁଶାନ୍ତ କୁମାର ପାତ୍ର, ଅମୀୟ କୁମାର ନାୟକ, ସ୍ମୃତି ବାନାର୍ଜୀ, ଅମ୍ବିକା ସିଂ ମହାପାତ୍ର ଏବଂ କର୍ମକର୍ତ୍ତା ସୌମ୍ୟ ରଂଜନ, ଚକ୍ରଧର, ସରୋଜ, ଅନିତା, ସ୍ମିତା, ଦୁରନ୍ତିକା, ସ୍ଵାତୀ, ସମୟଶ୍ରି, ଶୁଭଶ୍ରୀ, ଦେବସ୍ମିତା, ଦେବଶ୍ରିତା, ଲକ୍ଷ୍ମୀପ୍ରିୟା,ଶ୍ୱେତପଦ୍ମା, ମିତାଲୀ, ଗୁଡ଼ିୟା, ତନିଷ୍କା , ଖୁସବୁ ପ୍ରମୁଖ ସହଯୋଗ କରିଥିଲେ।
August 16, 2023
0 Comment
155 Views
ଇନ୍ଦ୍ରଧନୁ ଅନୁସନ୍ଧାନ ୨୦୨୩ ଅନୁଷ୍ଠିତ
କେନ୍ଦୁଝର, ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନଠାରେ କେନ୍ଦୁଝରର ଅଗ୍ରଣୀ ଅନୁଷ୍ଠାନ “ଇନ୍ଦ୍ରଧନୁ” ତରଫରୁ ଗତ ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ଯାହାର ନା ଥିଲା “ଇନ୍ଦ୍ରଧନୁ ଅନୁସନ୍ଧାନ ୨୦୨୩”। ଏହି ପ୍ରତିଯୋଗିତାଗୁଡ଼ିକ ହେଲା କୁଇଜ୍, ସାଧାରଣ ଜ୍ଞାନ, ବକ୍ତୃତା, ଚିତ୍ରକଳା, ଫ୍ୟାନସି ଡ୍ରେସ୍, ରଚନା ଇତ୍ୟାଦି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୩୦୦ ଛାତ୍ର ଛାତ୍ରୀ ବିଭିନ୍ନ... Read More