କେନ୍ଦୁଝର, କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆୟୋଜନ କ୍ରମେ ‘ମୁଁ ବି ମିତା’ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆଶିଷ ଠାକରେ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା , ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ, ଡେପୁଟି କଲେକ୍ଟର ନିର୍ବାଚନ କୀରଣ କୁମାର ନାଏକ, ପୌର ନିର୍ବାହୀ ଅଧିକାରୀ ଡ଼ା. ମଧୁସ୍ମିତା ସାମନ୍ତରାୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ରାଜ୍ୟ ମୁଖ୍ୟଅଳୟରେ ଗତ ୨୯ ତାରିଖରେ ‘ମୁଁ ବି ମିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସେମାନେ ଜଣେ ଜଣେ ‘ମୁଁ ବି ମିତା’ ହୋଇ ୧୭ ବର୍ଷ ରୁ ଅଧିକ ବୟସର ଯୁବ ବର୍ଗ ମାନଙ୍କୁ ଭୋଟର ତାଲିକାରେ ସଂଯୋଗୀ କରଣ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଜିଲ୍ଲାରେ କିଭଳି ନିର୍ଧାରିତ ବୟସର ଯୁବ ବର୍ଗ ଭୋଟର ତାଲିକାରୁ ବାଦ ନପଡିବେ ସେଥିପାଇଁ ପ୍ରଚେଷ୍ଟା କରିବା ସହିତ ବର୍ତ୍ତମାନ ନିର୍ବାଚନ ଆୟୋଗ ଙ୍କ ନୂତ ନିୟମ ଅନୁସାରେ ବର୍ଷରେ ଚାରି ଥର ନୂତନ ଭୋଟରଙ୍କୁ ତାଲିକାରେ ସଂଯୋଗୀ କରଣ କରିବାର ବ୍ୟବସ୍ଥା ହୋଇଛି ଏଣୁ ସମସ୍ତେ ଏହି ସୁବିଧା ର ସୁଯୋଗ ନେବାପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଠାକରେ କହିଛନ୍ତି ।
September 2, 2023
0 Comment
286 Views
କେନ୍ଦୁଝର ରେ ‘ମୁଁ ବି ମିତା’ ଉଦଘାଟିତ
କେନ୍ଦୁଝର, କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆୟୋଜନ କ୍ରମେ ‘ମୁଁ ବି ମିତା’ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆଶିଷ ଠାକରେ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା , ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ, ଡେପୁଟି କଲେକ୍ଟର ନିର୍ବାଚନ କୀରଣ କୁମାର ନାଏକ, ପୌର ନିର୍ବାହୀ ଅଧିକାରୀ ଡ଼ା. ମଧୁସ୍ମିତା ସାମନ୍ତରାୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ରାଜ୍ୟ ମୁଖ୍ୟଅଳୟରେ ଗତ... Read More