କେନ୍ଦୁଝର, ଏଲ୍.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟ , କେନ୍ଦୁଝର ପକ୍ଷରୁ ଗୁରୁବାର ବିଶ୍ଵ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏଥି ସକାଶେ ଏକ ସଚେତନତା ରାଲି ଏଲ୍.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଓ ଏନ୍.ଏସ୍.ପୋଲିସ ହାଇସ୍କୁଲର ଛାତ୍ରଙ୍କ ଦ୍ଵାରା ସ୍ଲୋଗାନ ମାଧ୍ୟମରେ ନଗର ପରିକ୍ରମା କରାଯାଇଥିଲା। କମ୍ପ୍ୟୁଟର କିମ୍ବା ମୋବାଇଲ ରେ କାମ କରୁଥିଲେ ପ୍ରତି ୨୦ ମିନିଟରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ ୨୦ ସେକେଣ୍ଡ ଦେଖିବା,ଦୃଷ୍ଟି ଦୋଷ ଥିବା ବ୍ୟକ୍ତିମାନେ ଚକ୍ଷୁ ପରୀକ୍ଷା କରାଇ ନିୟମିତ ଚଷମା ବ୍ୟବହାର କରିବା, ସୁଷମ ଖାଦ୍ୟ ଖାଇବା,ଧୂମପାନ ବର୍ଜନ କରିବାକୁ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ରାମ ପଣ୍ଡା ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ସମନ୍ଵୟ ଅଧିକାରୀ ବ୍ରଜକିଶୋର ଚୌଧୁରୀ, ବିଷ୍ଣୁ ପ୍ରସାଦ ସାମଲ,ଦୟାନିଧି ମହାନ୍ତ,ହିମାଂଶୁ ସାମଲ,ସୁମନ କୁମାର ବାରିକ,ଦିଲୁ ଅମାନ୍ତ,ବିଦ୍ୟାଧର ମହାନ୍ତ,ପିତାମ୍ବର ମହାନ୍ତ,ରଣଜିତ୍ ନାଏକ,ଇଭାନୀ ମହାକୁଡ଼,ନିଲିମା ମହାକୁଡ଼ ଏବଂ ଶିକ୍ଷକ ବିଜୟ କୁମାର ବେହେରାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।
October 12, 2023
0 Comment
190 Views
ବିଶ୍ଵ ଦୃଷ୍ଟି ଦିବସ ପାଳିତ
କେନ୍ଦୁଝର, ଏଲ୍.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟ , କେନ୍ଦୁଝର ପକ୍ଷରୁ ଗୁରୁବାର ବିଶ୍ଵ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି । ଏଥି ସକାଶେ ଏକ ସଚେତନତା ରାଲି ଏଲ୍.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଓ ଏନ୍.ଏସ୍.ପୋଲିସ ହାଇସ୍କୁଲର ଛାତ୍ରଙ୍କ ଦ୍ଵାରା ସ୍ଲୋଗାନ ମାଧ୍ୟମରେ ନଗର ପରିକ୍ରମା କରାଯାଇଥିଲା। କମ୍ପ୍ୟୁଟର କିମ୍ବା ମୋବାଇଲ ରେ କାମ କରୁଥିଲେ ପ୍ରତି ୨୦ ମିନିଟରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ ୨୦ ସେକେଣ୍ଡ ଦେଖିବା,ଦୃଷ୍ଟି ଦୋଷ ଥିବା ବ୍ୟକ୍ତିମାନେ ଚକ୍ଷୁ ପରୀକ୍ଷା... Read More