କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି। କିନ୍ତୁ ରେଳବାଇ ବିଭାଗ କେନ୍ଦୁଝର ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ଅବହେଳା କରୁଥିବାନେଇ ଅଭିଯୋଗ ହେଉଛି। ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ କେନ୍ଦୁଝର ଯୁବ ପରିଷଦ ବହୁବାର ଆନ୍ଦୋଳନ କରି ଆସିଛି। କିନ୍ତୁ ରେଳବାଇ ବିଭାଗ ପ୍ରତିଶ୍ରୁତି ଦେଇ ବସି ପଡ଼ିଥିବା ଦେଖା ଦେଇଛି। ତେଣୁ ମଙ୍ଗଳବାର ଦିନ ଛଅ ଦଫା ଦାବୀ ନେଇ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର କେନ୍ଦୁଝରଗଡ ଷ୍ଟେସନ ମାଷ୍ଟର ଜରିଆରେ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସିବାକୁଥିବା ଡିଆରଏମଙ୍କୁ ପ୍ରଦାନ କରାଯାଇଛି। କେନ୍ଦୁଝର ଯୁବ ପରିଷଦର ଆବାହକ ବରୋଦା ପ୍ରସନ୍ନ ଦାସଙ୍କ ନେତୃତ୍ବରେ ବହୁ ନାଗରିକ ଏହି ଦାବି ପ୍ରଦାନ କରିଛନ୍ତି। କେନ୍ଦୁଝର
ଦେଇ ଦିଲ୍ଲୀକୁ ଟ୍ରେନ ଚଳାଚଳ, ଖଡ଼ଗପୁର-ବଡ଼ବିଲ ଓ ଖଡ଼ଗପୁର-ଯାଜପୁର ରୋଡ ଟ୍ରେନକୁ କେନ୍ଦୁଝର ସମ୍ପ୍ରସାରଣ, ବିଶାଖପାଟଣା ଟାଟା ନଗର ଟ୍ରେନ ସବୁଦିନ ଚଳାଚଳ, ଟାଟା ନଗର ବାଙ୍ଗାଲୋର ହାଇଦ୍ରାବାଦ ଟ୍ରେନ ସାପ୍ତାହିକ କେନ୍ଦୁଝର ଦେଇ ଚଳାଚଳ,କେନ୍ଦୁଝରଗଡରୁ ପାରାଦୀପ ଭାୟା ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସହ କେନ୍ଦୁଝରଗଡ ଓ ବିଭିନ୍ନ ଷ୍ଟେସନ ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ସୁବିଧା ପ୍ରଦାନ ଆଦି ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ୨୦୨୪ ଜାନୁୟାରୀ ୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଯୁବ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଯୁବ ପରିଷଦ ସମ୍ପାଦକ ସନ୍ତୋଷ ମହାପାତ୍ର ଙ୍କ ସମେତ ସୁକୁମାର ସାହୁ, ଭଗବାନ ନାଏକ, ଅବିନାସ ମିଶ୍ର, ଅସିତ୍ ପଟ୍ଟନାୟକ, ଆଲୋକ ଜେନା, ସଞ୍ଜୟ ନାୟକ, ରାଜ କିଶୋର ବାରିକ, ସଞ୍ଜୀବ ସାହୁ, ମଙ୍ଗଳ ଜେନା, ସାଗର ଲୋହାର, ସୁଧଲ ମହାନ୍ତି, ଲୁଲୁ ମଙ୍ଗରାଜ, ରାଧାକାନ୍ତ ନାୟକ, ଅବନୀ ପାତ୍ର, ଅସାଢୁ ନାଏକ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
December 5, 2023
0 Comment
138 Views
ଛଅ ଦଫା ଦାବିରେ ଡିଆରଏମକୁ ଦାବିପତ୍ର, ଦିଲ୍ଲୀକୁ ଟ୍ରେନ ନଚାଲିଲେ ରେଳରୋକ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି। କିନ୍ତୁ ରେଳବାଇ ବିଭାଗ କେନ୍ଦୁଝର ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ଅବହେଳା କରୁଥିବାନେଇ ଅଭିଯୋଗ ହେଉଛି। ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ କେନ୍ଦୁଝର ଯୁବ ପରିଷଦ ବହୁବାର ଆନ୍ଦୋଳନ କରି ଆସିଛି। କିନ୍ତୁ ରେଳବାଇ ବିଭାଗ ପ୍ରତିଶ୍ରୁତି ଦେଇ ବସି ପଡ଼ିଥିବା ଦେଖା ଦେଇଛି। ତେଣୁ ମଙ୍ଗଳବାର ଦିନ ଛଅ ଦଫା ଦାବୀ ନେଇ କେନ୍ଦୁଝର ଯୁବ... Read More