କେନ୍ଦୁଝର, କେନ୍ଦୁଝର ଜିଲାପାଳ କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ପ୍ରତିଷ୍ଠାତା ବିଶ୍ଵରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କର ୬୮ ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ସେବାସ୍ତମ୍ବ କେନ୍ଦୁଝର ଓ ମିଳିତ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ଆନୁକୁଲ୍ୟରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସହିଦସଦନ କେନ୍ଦୁଝର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ କୁମରମଣି ତନ୍ତୀ, ବିଜେଡି ଏସସି ସେଲ ସଭାପତି ଶ୍ରୀ ଭରତ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ସମାଜର ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ି ବାବା ସାହେବ ଙ୍କ ଅନୁଗାମୀ ହେବାକୁ କହିଥିଲେ । ତାଙ୍କର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ରହିବା ଉଚିତ । ଦଳିତ ନିଷ୍ପେସିତ ଓ ମହିଳା ମାନଙ୍କୁ ସଶକ୍ତିକରଣ କରିବାକୁ କହିଥିଲେ ଏହି ସଭାରେ ଅନୁସୂଚିତ ଜାତି ଏକତା ମଞ୍ଚ ର ସଭାପତି ଗୀତାଞ୍ଜଳି ପାତ୍ର ସଭାପତିତ୍ବରେ ସଭା ପରିଚାଳନା ହୋଇଥିଲା । ଅନ୍ୟତମ ବକ୍ତା ଭାବେ ଧରଣୀଧର ମହାବିଦ୍ୟାଳୟର ଇଂରାଜୀ ପ୍ରଫେସର ବିକାଶ ଚନ୍ଦ୍ର ବେହେରା, ପୂର୍ବତନ ନାଲକୋ ଅଧିକାରୀ ନିରୋଦ ଚନ୍ଦ୍ର ବେହେରା, ପୂର୍ବତନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ, ସେବାସ୍ତମ୍ଭ ସଭାପତି ଓ ବ୍ଯାଙ୍କ ଅପ୍ ଇଣ୍ଡିଆ ପ୍ରବନ୍ଧକ ହରିଶଙ୍କର ନାୟକ ଅଭିଭାଷଣ ଦେଇଥିଲେ । ଯୋଗଦେଇ ଥିବା ପ୍ରମୁଖ ମଧ୍ୟରେ ଶରତ ଚନ୍ଦ୍ର ପାତ୍ର, ଶ୍ରୀନିବାସ ମୁଖୀ, ସୁଢଳ କୁମାର ସେଠୀ, ରୁଦ୍ର ନାୟକ,ଜେସାଇ ସୋରେନ, ପଞ୍ଚାନନ ସେଠି, ଧନୁର୍ଜୟ ନାରାୟଣ ପାତ୍ର, ବାବାଜୀ ଚରଣ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଦାସ, ରଘୁନାଥ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ମହେନ୍ଦ୍ର ବେହେରା, କ୍ଷୀରୋଦ ଚନ୍ଦ୍ର ପାତ୍ର, ନାଥ ନାୟକ, ଜୟକୃଷ୍ଟ ନାୟକ, ମେଘାନାଥ ମାଝୀ, ସୁବାସ ଜେନା ପ୍ରଭୁତି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
December 6, 2023
0 Comment
160 Views
ଡଃ ଭୀମରାଓ ଆମ୍ବେଦକରଙ୍କର ୬୮ ତମ ମହାପରିନିର୍ବାଣ ଦିବସ
କେନ୍ଦୁଝର, କେନ୍ଦୁଝର ଜିଲାପାଳ କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ପ୍ରତିଷ୍ଠାତା ବିଶ୍ଵରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କର ୬୮ ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ସେବାସ୍ତମ୍ବ କେନ୍ଦୁଝର ଓ ମିଳିତ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ଆନୁକୁଲ୍ୟରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସହିଦସଦନ କେନ୍ଦୁଝର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ କୁମରମଣି ତନ୍ତୀ,... Read More