କେନ୍ଦୁଝର, ଓଡିଶା ଲଳିତ କଳା ଏକାଡେମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ତଥା କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ତିନିଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଚଳିତ ଡିସେମ୍ବର ୭ ତାରିଖ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀ କୁ ଉଦଘାଟିତ କରିଥିଲେ । ଉଦଘାଟନି ସମାରୋହରେ ଉପନିର୍ଦେଶକ ସୂଚନା ଓ ଲୋକସଂପର୍କ କେନ୍ଦୁଝର ସଂଜୀବ ବାରିକ,ଡେପୁଟି କଲେକ୍ଟର ବସୁନ୍ଧରା ଭିତିରିଆ ଏବଂ ଅନୀତା ନାଏକ,ସହକାରୀ ନିର୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାଏକ,ଗଣମାଧ୍ୟମର ପ୍ରତିନିଧି,ଶିକ୍ଷାବିତ,ଛାତ୍ରଛାତ୍ରୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଚିତ୍ରକଳାର ପ୍ରଚାର ପ୍ରସାର ତଥା ଶିଳ୍ପୀମାନଙ୍କର କଳାକୃତି ସଂପର୍କରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ଅବଗତ କରାଇବା ଉଦେଶ୍ୟରେ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଉକ୍ତ ପ୍ରଦର୍ଶନୀରେ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ଯଥା- ବିମ୍ବାଧର ବର୍ମା,ବସନ୍ତ ପଣ୍ଡା,ଯତୀନ ଦାସ,ଅଜିତ କେଶରୀ ରାୟ,ବିଭୁତି କାନୁନଗୋ,ରବିନାରାୟଣ ନାୟକ ପ୍ରମୁଖ ଚିତ୍ରଶିଳ୍ପୀଙ୍କର ମୋଟ ୪୦ଟି ଚିତ୍ରକଳା ଉକ୍ତ ପ୍ରଦର୍ଶନୀରେ ସ୍ଥାନ ପାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉକ୍ତ ପ୍ରଦର୍ଶନୀ ତା ୯ା୧୨ା୨୦୨୩ ରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତିଦିନ ପୂର୍ବାହ୍ନ ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ । ଓଡିଶା ଲଳିତ କଳା ଏକାଡେମୀର ସଚିବ ପଂଚାନନ ସାମଲଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।
December 7, 2023
0 Comment
194 Views
କେନ୍ଦୁଝର ରେ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
କେନ୍ଦୁଝର, ଓଡିଶା ଲଳିତ କଳା ଏକାଡେମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ତଥା କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ତିନିଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଚଳିତ ଡିସେମ୍ବର ୭ ତାରିଖ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀ କୁ ଉଦଘାଟିତ କରିଥିଲେ ।... Read More