ମାଲକାନଗିରି : ପୁଣି ମାଓବାଦୀଙ୍କ ବଡ଼ ଧରଣର ଲଙ୍କାକଣ୍ଡ। ଛତିଶଗଡ଼ ସୁକମାରେ ଗୋଟିଏ ଦିନରେ ୫ଟି ଗାଡି ଜାଳିଦେଲେ ଲାଲବାହିନୀ। ଗୋଟିଏ ଯାତ୍ରୀବାହୀ ବସ ସମେତ ୫ଟି ଗାଡି ଜାଳି ଦେଇଛନ୍ତି । ସୁକମା ଜିଲ୍ଲାର ଫତିଗୁଡାରେ ଚାରୋଟି ଗାଡି ଜାଳି ଦେଇଥିବା ବେଳେ ବିଜାପୁର ଭୈରମଗଡ଼ରେ ଏକ ପିକଅପ ଭ୍ୟାନ ଜାଳି ଦେଇଛନ୍ତି। ପ୍ରାୟ ୧୫ ରୁ ୨୦ ମାଓବାଦୀ ସାଧା ପୋଷାକରେ ଆସି ଏଭଳି କାଣ୍ଡ କରିଥିବା କହିଛନ୍ତି ପ୍ରତକ୍ଷଦର୍ଶୀ । ଆଗାମୀ ୨୨ ତାରିଖରେ ଭାରତ ବନ୍ଦ କୁ ଦୃଷ୍ଟି ରେ ରଖି ଏଭଳି କାଣ୍ଡ ଘଟାଇଛନ୍ତି ଲାଲବାହିନୀ ।
ସେପଟେ ଦନ୍ତେୱାଡାରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ମାଓବାଦୀ ଭୟରେ ବସ୍ତର ଅଞ୍ଚଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।