କେନ୍ଦୁଝର,୨୪।୧୨ କେନ୍ଦୁଝର ସଦର ବ୍ଲକ ବଉଳମାଳ ଗୋଲଡେନ ଆଈ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨୭ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ଼ ହୋଇଯାଇଛି। ଫାଇନାଲ ମ୍ୟାଚ ଅସିକ୍ ଏବଂ ରଜିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଅସିକ୍ ବ୍ୟାଟିଂ କରି ୧୨ ଓଭର ରେ ୪ୱିକେଟ ହରାଇ ୧୫୩ରନ ସଂଗ୍ରହ କରିଥିଲା।ବିପକ୍ଷ ଦଳ ରଜିଆ ୧୧.୧ ଓଭର ରେ ୧୨୫ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା ଫଳରେ ଅସିକ୍ ୨୮ ରନ୍ ରେ ବିଜୟୀ ହୋଇ ଚାମ୍ପିଆନ୍ ହୋଇଛି। ଲପୁରସ୍କାର ବିତରରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର,ସମ୍ମାନୀତ ଅତିଥି ୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଲୀଳାବତୀ ମହାନ୍ତ,୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା,ସଦର ବିଜେଡି ସଭାପତି ଚକ୍ରଧର ପରିଡା,ପଦ୍ମପୁର ସମିତିସଭ୍ୟ ସିଦ୍ଧାର୍ଥ ସାହୁ,ସମାଜସେବୀ ଶିବାନନ୍ଦ ସାହୁ,ଗ୍ରାମ ମଙ୍ଗଳ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ ମହାପାତ୍ର,ବରିଷ୍ଠ ପୋଲିସ କର୍ମଚାରୀ ଗମୁଧର ପାତ୍ର,ଚକ୍ରଧର ପାତ୍ର ,ଅମୀୟ ଦେଓ, ରମେଶ ମହାନ୍ତ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ନଗଦ ୩୩ହଜାର ୩୩୩ ଟଙ୍କା ସହିତ ଟ୍ରଫି ଏବଂ ପରାଜିତ ଦଳକୁ ନଗଦ ୨୨ବହଜାର ୨୨୨ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ।ଅସିକ୍ ର ବାପୁନ ବାରିକ ୭ବଲ୍ ରେ ୨୧ ରନ୍ ଓ ୨୨ରନ୍ ଦେଇ ୪ଟି ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ଏବଂ ଅସିକ ର ଲକ୍ଷ୍ମଣ ମୁଣ୍ଡା ଟୁର୍ଣ୍ଣାମେଣ୍ଟରେ ୧୬୧ ରନ କରିବା ସହିତ ୯ୱିକେଟ୍ ନେଇଥିବାରୁ ମ୍ୟାନଅଫ ଦି ସିରିଜ ବିବେଚିତ ହୋଇଥିଲେ।ଅମ୍ପାୟାର ମନୋଜ ମହାନ୍ତ ଓ ଦିଲ୍ଲିପ ମହାନ୍ତ ଖେଳ ପରିଚ଼ାଳନା କରିଥିବାବେଳେ ସ୍କୋର ର ଭାବେ ସିପୁନ ମହାନ୍ତ ଓ ମିଲୁ ସର୍ଦ୍ଦାର ଦାଇତ୍ବରେ ଥିଲେ।ଗୋଲକ ମହାରଣା ଓ ହେମନ୍ତ ମହାନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ପୂର୍ଣ୍ଣେନ୍ଦୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ରମେଶ ମହାପାତ୍ର,ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଲୋକନାଥ ପାତ୍ର,ବିବେକାନନ୍ଦ ନାୟକ,ଅନିଲ ମହାପାତ୍ର,ପ୍ରଫୁଲ୍ଲ ନାୟକ,ବିକାଶ ଚନ୍ଦ୍ର ନାୟକ,ଅରୁଣ ନାୟକ,ଲଳିତ ମହାକୁଡ,ପପୁ ନାୟକ,ଜଗତ ପାତ୍ର,ପିଣ୍ଟୁ ନାୟକ,ବିପିନ ସର୍ଦ୍ଦାର,ହରେକୃଷ୍ଣ ମହାନ୍ତ, ରୋହନ ମହାନ୍ତ ମିଥୁନ ସର୍ଦ୍ଦାର,ରଞ୍ଜନ ମହାକୁଡ,ବାବାଜି ସର୍ଦ୍ଦାର, ରିଙ୍କୁ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚରେ ହଜାର ହଜାର ଖେଳପ୍ରେମୀ ଦର୍ଶକ ଙ୍କ ସମେତ ମହିଳା ସୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ସମାଗମ ହୋଇଥିଲା।
December 24, 2023
0 Comment
122 Views
ବଉଳମାଳ ଗୋଲଡେନ ଆଈ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ଅସିକ୍ ଚାମ୍ପିଆନ୍
କେନ୍ଦୁଝର,୨୪।୧୨ କେନ୍ଦୁଝର ସଦର ବ୍ଲକ ବଉଳମାଳ ଗୋଲଡେନ ଆଈ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨୭ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ଼ ହୋଇଯାଇଛି। ଫାଇନାଲ ମ୍ୟାଚ ଅସିକ୍ ଏବଂ ରଜିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ଅସିକ୍ ବ୍ୟାଟିଂ କରି ୧୨ ଓଭର ରେ ୪ୱିକେଟ ହରାଇ ୧୫୩ରନ ସଂଗ୍ରହ କରିଥିଲା।ବିପକ୍ଷ ଦଳ ରଜିଆ ୧୧.୧ ଓଭର ରେ ୧୨୫ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା ଫଳରେ ଅସିକ୍ ୨୮ ରନ୍ ରେ ବିଜୟୀ ହୋଇ ଚାମ୍ପିଆନ୍... Read More