କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ରାଜସ୍ୱ ଅମଲା କର୍ମଚାରୀମାନେ ସୋମବାର ଦିନ କଲେକ୍ଟୋରେଟ୍ ଠାରେ ଏକତ୍ରିତ ହୋଇ ରାଜସ୍ୱ ଅମଲାଙ୍କୁ ସରକାର ପ୍ରଦାନ କରିଥିବା ପୃଥକ କ୍ୟାଡର ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ଭିତରେ ଖୁସି ବାଂଟିଛନ୍ତି । ପ୍ରକାଶ ଥାଉ କି, ୨୦୧୭ ମସିହାରୁ ଓଡିଶା ରାଜସ୍ୱ ଅମଲା ସଂଘ ସେମାନଙ୍କ ପୃଥକ କ୍ୟାଡର ସହିତ ୪୨୦୦ ଗ୍ରେଡ୍ ପେ (ଲେବୁଲ୍-୯) ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କଠାରେ ନିୟମିତ ଦାବି ଉପସ୍ଥାପନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୧୭ ଓ ୨୦୧୮ ମସିହାରେ କଲମଛାଡ ଆନ୍ଦୋଳନ କରିଥିଲେ । ଏହାସହିତ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ ସହିତ ମିଶି ୧୭ ଦିନ ଧରି ଛୁଟିରେ ଥିଲେ । ରାଜସ୍ୱ ଅମଲା ସଂଘର ଦାବିର ଯଥାର୍ଥତା ହୃଦୟଙ୍ଗମ କରି ସରକାର ଜିଲ୍ଲାସ୍ତରୀୟ ଅମଲାଙ୍କୁ ପୃଥକ କ୍ୟାଡର ପ୍ରଦାନ କରିଥିବାରୁ ରାଜ୍ୟ ରାଜସ୍ୱ ଅମଲା ସଂଘର ଆହ୍ୱାନ କ୍ରମେ ସାରା ରାଜ୍ୟରେ ଆଜି ୩୦ଟି ଜିଲ୍ଲାର ଅମଲା ସେମାନଙ୍କ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଏକତ୍ରିତ ହୋଇ ଖୁସି ମନାଇବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପନାୟକଙ୍କୁ, ୫ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାିଆନଙ୍କୁ ଓ ମାର୍ଗଦର୍ଶକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡିଶା ରାଜସ୍ୱ ଅମଲା ସଂଘ କେନ୍ଦୁଝର ଶାଖାର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସଂପାଦକ ପ୍ରଭାତେନ୍ଦୁ ନାଏକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ରଶ୍ମିରଞ୍ଜନ ମହାନ୍ତି, କାର୍ଯ୍ୟ ନିର୍ବାହ୍ରୀ ସଦସ୍ୟ ଶିବାନୀ ନାଏକ, ସତ୍ୟବତୀ ଲାଗୁରୀ, ପଙ୍କଜିନୀ ସେଠୀ, ଉପଦେଷ୍ଟା ରାଧାରମଣ ଚକ୍ର, କାମିନୀ ମହାନ୍ତ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
January 8, 2024
0 Comment
132 Views
ଓଡିଶା ରାଜସ୍ୱ ଅମଲା ଖୁସ୍ : ମିଳିଲା ପୃଥକ କ୍ୟାଡର
କେନ୍ଦୁଝର, କେନ୍ଦୁଝର ଜିଲ୍ଲାର ରାଜସ୍ୱ ଅମଲା କର୍ମଚାରୀମାନେ ସୋମବାର ଦିନ କଲେକ୍ଟୋରେଟ୍ ଠାରେ ଏକତ୍ରିତ ହୋଇ ରାଜସ୍ୱ ଅମଲାଙ୍କୁ ସରକାର ପ୍ରଦାନ କରିଥିବା ପୃଥକ କ୍ୟାଡର ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ଭିତରେ ଖୁସି ବାଂଟିଛନ୍ତି । ପ୍ରକାଶ ଥାଉ କି, ୨୦୧୭ ମସିହାରୁ ଓଡିଶା ରାଜସ୍ୱ ଅମଲା ସଂଘ ସେମାନଙ୍କ ପୃଥକ କ୍ୟାଡର ସହିତ ୪୨୦୦ ଗ୍ରେଡ୍ ପେ (ଲେବୁଲ୍-୯) ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କଠାରେ ନିୟମିତ ଦାବି ଉପସ୍ଥାପନ କରି ଆସୁଛନ୍ତି... Read More