ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଦିନଟିଏ । ୧୭ ତାରିଖରେ ସାରା ବିଶ୍ବ ଦେଖିବ ଶଙ୍ଖକ୍ଷେତ୍ରରେ ବିକଶିତ ରୂପ । ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ପରିକ୍ରମା ମହାଯଜ୍ଞ । ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହ ଆରମ୍ଭ ହୋଇଯିବ ଯଜ୍ଞ ବିଧି। ଏଥିସହ ଶ୍ରୀମନ୍ଦିର ଚାରିଦ୍ଵାରରେ ଋକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ପାଠ ଆରମ୍ଭ ହେବ।
ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହିତ ଯଜ୍ଞ ବିଧି ଆରମ୍ଭ ହେବ । ସେହିପରି ଶ୍ରୀମନ୍ଦିର ଚାରିଦ୍ଵାରରେ ଚାରି ବେଦ ପାଠ କରାଯିବ । ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ । ପୂର୍ବ ବା ସିଂହଦ୍ଵାରରେ ଋକ୍ ବେଦ, ପଶ୍ଚିମ ଦ୍ଵାରରେ ସାମ ବେଦ, ଉତ୍ତର ଦ୍ଵାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯିବ । ତେତିଶ କୋଟି ଦେବତାଙ୍କୁ କରାଯିବ ଆବାହନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶିଳାସ୍ଥାପନ କରାଯାଇଛି ।
୧୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଆସନ୍ତା ବୁଧବାର ଦିନ ଗୋଟିଏ ୧୫ରୁ ସାଢ଼େ ଗୋଟାଏ ଭିତରେ ଫଳକ ଉନ୍ମୋଚନ ସହ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକ ଳ୍ପ। ସେହିପରି ଆଜି ଶ୍ରୀସେତୁ ଓ ଶ୍ରୀମାର୍ଗ ଟ୍ରାଏଲ୍ ରନ୍ ଆରମ୍ଭ କରାଯିବ । ଏହାପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ନୂଆ ରାସ୍ତା ଖୋଲାଯିବ । ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ସେତୁ ନିର୍ମାଣ କରାଯାଇଛି । ଏହାଦ୍ବାରା କାର, ବସରେ ଆସୁଥିବା ଶ୍ରଦ୍ଧାଳୁ ସିଧା ମାଳତୀପାଟପୁର ନିକଟ ବାଇପାସ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବା ସହ ବ୍ୟାଟେରୀ ଚାଳିତ ଗାଡ଼ିରେ ଶ୍ରୀମନ୍ଦିରକୁ ଯାଇପାରିବେ ।