କେନ୍ଦୁଝର, ପବିତ୍ର ପୂଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରନ୍ତର ରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ ହୋଉଥିବା ବେଳେ , କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି । ଟୁସୁ କୌଣସି ଠାକୁରାଣୀ ବା ଦେବୀ ନୁହନ୍ତି , ସେ ଜଣେ ନାରୀ , ନରୀ ଧର୍ମର ପରାକାଷ୍ଠା ବଜାୟ ରଖିଥିବା ଟୁସୁଙ୍କ ସତୀତ୍ବ ଓ ସ୍ବଭିମାନର ପ୍ରତୀକ ଭାବେ କିଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ବର୍ଷ ବର୍ଷ ଧରି ଏହି ଟୁସୁ ପର୍ବ ପାଳନ କରି ଆସୁଛନ୍ତି । ଟୁସୁ ପର୍ବର ଇତିହାସ କୁହେ ଯେ ମୋଗଲ ସମ୍ରାଟ ଙ୍କର ଅନିନ୍ଦ୍ୟ ସୁନ୍ଦରୀ ରାଣୀ ପଦ୍ମାବତୀ ଙ୍କୁ ବିବାହ ଇଛା ବିଫଳ ହେବା ପରେ ତାଙ୍କର ପାତ୍ରମନ୍ତ୍ରୀ ମାନେ ପଦ୍ମାବତୀ ଙ୍କ ଠାରୁ ଅଧିକ ସୁନ୍ଦରୀ ସ୍ତ୍ରୀ ଖୋଜି ବାକୁ ବାହାରି ଥିଲେ ଏବଂ କଟୁଆଳ ବିରବଲ ମହାନ୍ତ ଙ୍କ ର ଅପରୂପା ସୁନ୍ଦରୀ ଝିଅ ଟୁସୁମଣୀ ( ଟୁସୁ ) କୁ ପାଇ ବଳ ପୂର୍ବକ ନେଇ ଆସୁଥିଲେ । ରାଜନଗର କୁ ଫେରିବା ବାଟରେ ଏକ ନଦୀ ପାର ହେବା ସମୟରେ ଟୁସୁ ବସିଥିବା ଘୋଡାର ଗତି ଧୀର ହେବାରୁ ସେ ସେହି ନଦୀ କୁ ଝାସ ଦେଇ ଆତ୍ମବଳୀ ଦେଇଥିଲେ ଓ ସତୀତ୍ୱର ପରାକାଷ୍ଠା ଦେଖାଇଥିଲେ । ସେହି ଦିନ ମକର ସଂକ୍ରାନ୍ତି ଥିବାରୁ ମହାନ୍ତ ସଂପ୍ରଦାୟର ମହିଳା ଓ ଝିଅ ମାନେ ସମସ୍ତେ ଏହି ଦିନଟିକୁ ଟୁସୁ ପର୍ବ ଭାବରେ ପାଳନ କରିଆସୁଛନ୍ତି । ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିର ସାତ ଦିନ ପୂର୍ବରୁ ରଘୁନାଥପୁର
ଗ୍ରାମ ପଞ୍ଚାୟତ ର ପ୍ରାୟ ସବୁ ଗ୍ରାମର ଝିଅ ଓ ମହିଳା ମାନେ ଟୁସୁ ମୂର୍ତି କୁ ଆଣି ଘରେ ଘରେ ପୂଜାର୍ଚ୍ଚନା କରିଥାନ୍ତି ଓ ଏହି ପୂଜା ପାଉଥିବା ଟୁସୁକୁ ମକର ସଂକ୍ରାନ୍ତି ଦିନ ହଜାର ହଜାର ଲୋକ ଙ୍କ ଗହଣରେ ପାଲିଙ୍କି ରେ ବସାଇ ତାଙ୍କ ଗାଥା ଗାନ କରି ମହିଳା ଓ ଝିଅ ମାନେ ଘର ଘର ବୁଲାଇ ପୂଜା ଓ ବନ୍ଦାପନା କରିଥାନ୍ତି । ଶେଷରେ ଧାଡି ଧାଡି ହୋଇ
ଟୁସୁ ଧରି ଚକ ଗ୍ରାମରେ ଥିବା ମହାଦେବ ଙ୍କ ମନ୍ଦିର ବେଢାରେ ତିନି ଥର ପରିକ୍ରମା କରାଇବା ପରେ ସେଠାରେ ନିକଟ ରେ ଥିବା ପୋଖରୀ ର ଚାରିପଟେ ମଧ୍ୟ ପରିକ୍ରମା କରିବା ପରେ ପୋଖରୀ ରେ ଟୁସୁ କୁ ବସର୍ଜନ କରିଥାନ୍ତି । ଏବର୍ଷ ଏଥିରେ ୨୦ ଟି ଗ୍ରାମରଓ ଝିଅ ମାନେ ପ୍ରାୟ ତିରିଶ ରୁ ଊଦ୍ଧ ଟୁସୁ ନେଇ ଆସିଥିଲେ । ଏହି ନିଆରା ଟୁସୁ ପର୍ବ ଦେଖିବାକୁ ହଜାର
ହଜାର ସଂଖ୍ୟାରେ ଲୋକଙ୍କ ର ଭିଡ ଜମିବା ସହ ୩ ଦିନ ଧରି ଏଠାରେ ମୀନାବଜାର ପଡିଥାଏ ଓ ବିଭିନ୍ନ ପ୍ରକାର ର ଦୋକାନର ପଶରା ମେଲିଥାଏ ଓ ଲୋକମାନେ ଟୁସୁ ପର୍ବ ଦେଖିବା ସହ ମୀନାବଜାର । ଦୋକାନ ଓ ମେଳା ଦେଖିବା ସହ ବିଭିନ୍ନ କିସମ ର ଖାଦ୍ୟ ଖାଇ ଏହାର ଭରପୁର ମଜ୍ଜା ଉଠାଇଥାନ୍ତି । ଶେଷରେ ଆୟୋଜନ କରିଥି କମିଟି ପକ୍ଷରୁ ଟୁସୁ ଆଣିଥିବା ଦଳ ଙ୍କୁ ବଛାଯାଇ ପୁରଷ୍କୃତ କରାଯାଇଥାଏ ।
January 15, 2024
0 Comment
202 Views
କେନ୍ଦୁଝର ରେ କୁଡ଼ୁମି ସଂପ୍ରଦାୟର ନିଆରା ଟୁସୁ ପର୍ବ
କେନ୍ଦୁଝର, ପବିତ୍ର ପୂଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରନ୍ତର ରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ ହୋଉଥିବା ବେଳେ , କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି । ଟୁସୁ କୌଣସି ଠାକୁରାଣୀ ବା ଦେବୀ ନୁହନ୍ତି , ସେ ଜଣେ ନାରୀ , ନରୀ ଧର୍ମର ପରାକାଷ୍ଠା ବଜାୟ ରଖିଥିବା ଟୁସୁଙ୍କ ସତୀତ୍ବ ଓ ସ୍ବଭିମାନର ପ୍ରତୀକ... Read More