କେନ୍ଦୁଝର, ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣି ଗୁଡିକୁ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ୨୫ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୩-୨୪ ପୁରସ୍କାର ବିତରଣ ଉତ୍ସବ ରେ ୧୪ ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଟାଟା ଷ୍ଟିଲର ଯୋଡ଼ା ପୂର୍ବ ଲୌହ ଖଣିକୁ ବିଭାଗ-୧ ଅନ୍ତର୍ଗତ ଖଣିଜ ପ୍ରକ୍ରିୟାକରଣ ଏବଂ ଦୀର୍ଘସ୍ଥାୟୀ ବିକାଶ ପାଇଁ ପୃଥକ ପୃଥକ ଭାବେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି ।ଏହାବ୍ୟତୀତ ଏହି ଖଣିକୁ ବିଭାଗ-୧ ଅନ୍ତର୍ଗତ ସାମଗ୍ରିକ ପ୍ରଦର୍ଶନ ପାଇଁ ମଧ୍ୟ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି । ବିଭିନ୍ନ ଖଣିର ଅଧିକାରୀମାନେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଆଇବିଏମ୍ ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ (ଇନଚାର୍ଜ), ପିୟୁଷ ନାରାୟଣ ଶର୍ମା ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି, ବିଭାଗ-୧ ଅନ୍ତର୍ଗତ, ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣି ଏବଂ କାଟIମାଟି ଖଣିକୁ ଖଣିଜ ପ୍ରକ୍ରିୟାକରଣ ଏବଂ ଖଣି ପୁନରୁଦ୍ଧାର ପାଇଁ ପୃଥକ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଅନୁରୂପ ଭାବେ, ବିଭାଗ-୨ ଅନ୍ତର୍ଗତ ସୁକିନ୍ଦା କ୍ରୋମାଇଟ ଖଣି ଏବଂ ନୀଳାଚଳ ଇସ୍ପାତ ଖଣିକୁ ବର୍ଜ୍ୟ ପରିଚାଳନା ପାଇଁ ଯଥାକ୍ରମେ ପ୍ରଥମ ଏବଂ ତୃତୀୟ ସ୍ଥାନରେ ପୁରସ୍କୃତ କରାଯାଇଛି । ସେହିପରି ଭାବରେ ବିଭାଗ-୪ ରେ ଗୁରୁଡା, ତିରିଙ୍ଗପାହାଡ଼, ବାମେବାରି, ଯୋଡା ୱେଷ୍ଟ, କମର୍ଦା, ସାରୁବିଲ ଖଣି ସବୁକୁ ଖଣି କାର୍ଯ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର, କଣ୍ଟ୍ରୋଲର ଅଫ୍ ମାଇନ୍ସ, ଆଇ ବି ଏମ୍, କୋଲକାତା, ଜି ରାଜେଶ, ଡାଇରେକ୍ଟର, ମାଇନ୍ସ ଏବଂ ଜିଓଲୋଜି, ଓଡିଶା ସରକାର, ସବ୍ୟସାଚୀ ମହାନ୍ତି, ଡାଇରେକ୍ଟର, ମାଇନ୍ସ, ଓ ଏମ୍ ସି, ଅରୁଣ କୁମାର, ରିଜିଓନାଲ କଣ୍ଟ୍ରୋଲର, ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, କାଟାମାଟି ଲୌହ ଖଣି ମୁଖ୍ୟ ଶିରିଷ ଶେଖର, ମାଙ୍ଗାନିଜ ଖଣି ସମୂହ ମୁଖ୍ୟ ଅବନିଶ କୁମାର,ନୀଳାଚଳ ଇସ୍ପାତ ଖଣି ମୁଖ୍ୟ ରାହୁଲ କିଶୋର, ସମସ୍ତ ଖଣିର ଅପରେସନ୍ସ ବିଭାଗ ହେଡ଼, କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ରାଜ୍ୟର ବିଭିନ୍ନ ଖଣିର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଟାଟା ଷ୍ଟିଲ ସମଗ୍ର ବିଶ୍ୱରେ ଏହାର କାର୍ଯ୍ୟକ୍ଷେତ୍ରରେ ଦୀର୍ଘସ୍ଥାୟୀ ଖନନ ପାଇଁ ପ୍ରତିବଦ୍ଧ ରହିଛି । ଏହାସହିତ କମ୍ପାନୀ ଉଚ୍ଚମାନର ଅନ୍ତର୍ଜାତୀୟ ମାନକ ବଜାୟ ରଖିବା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରମ୍ୟାଟେରିଆଲର ଗୁଣବତ୍ତା ଓ ସଂରକ୍ଷଣକୁ ସୁନିଶ୍ଚିତ କରୁଛି ।
February 24, 2024
0 Comment
124 Views
ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ରେ ଟାଟା ଷ୍ଟିଲର ଲୌହ ଓ ମାଙ୍ଗାନିଜ ଖଣି ଗୁଡ଼ିକ ଆଇବିଏମ୍ ଦ୍ଵାରା ୧୪ ଟି ପୁରସ୍କାରରେ ସମ୍ମାନିତ
କେନ୍ଦୁଝର, ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣି ଗୁଡିକୁ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ୨୫ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୩-୨୪ ପୁରସ୍କାର ବିତରଣ ଉତ୍ସବ ରେ ୧୪ ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଟାଟା ଷ୍ଟିଲର ଯୋଡ଼ା ପୂର୍ବ ଲୌହ ଖଣିକୁ ବିଭାଗ-୧ ଅନ୍ତର୍ଗତ ଖଣିଜ ପ୍ରକ୍ରିୟାକରଣ ଏବଂ ଦୀର୍ଘସ୍ଥାୟୀ ବିକାଶ... Read More