କେନ୍ଦୁଝର, ଘରୋଇ କଳିକୁ କେନ୍ଦ୍ରକରି ଘର ଛାଡ଼ି ଚାଲି ଆସିଥିବା ଜଣେ ନାବାଳକକୁ ଝୁମ୍ପୁରା ଅଞ୍ଚଳର ସାମ୍ବାଦିକ ରଞ୍ଜନ ବେହେରା ଉଦ୍ଧାର କରି ଝୁମ୍ପୁରା ଥାନା ପ୍ରାଙ୍ଗଣରେ ଝୁମ୍ପୁରା ପୋଲିସ୍ ସହାୟତାରେ ବିକାଶ ଲାଗୁରି କୁ ସୁସ୍ଥ ଅବସ୍ଥାରେ ତା ଘର ଲୋକଙ୍କୁ ଜିମା ଦେଇଛନ୍ତି। ଝାଡ଼ଖଣ୍ତ ପଶ୍ଚିମସିଂଭୂମ ଜିଲ୍ଲା ତଡାନ୍ ଘାତୁ ଗ୍ରାମର ବିକାଶ ଲାଗୁରୀ (୧୦) ଘର ଛାଡ଼ି ପୁରୀ -ବଡ଼ର୍ବିଲ ପାସେଞ୍ଜର ଟ୍ରେନ୍ରେ ବସି ପଡ଼ିଥିଲେ । ଟ୍ରେନ୍ ଚାଲିବା ପରେ ସେ ଆଉ ଓହ୍ଲାଇ ପାରିନଥିଲେ । ଉକ୍ତ ଟ୍ରେନ୍ରେ ରଞ୍ଜନ ପୁରୀ ଯାଉଥିଲେ । ସେ ବିକାଶଙ୍କୁ ଏକୁଟିଆ ଦେଖି ଘଟଣା ସମ୍ପର୍କରେ ପଚାରିବାରୁ ସମସ୍ତ ତଥ୍ୟ ଜାଣିବାକୁ ପାଇଥିଲେ । ଏବଂ ପିଲାଟିର ଘର ଲୋକଙ୍କ ସହିତ ଯୋଗାଯୋଗ ମଧ୍ୟ କରିଥିଲେ । ତା ପରେ ପିଲାଟିର ମାଆ ଦୁର୍ବୁ ଲାଗୁରୀ ଙ୍କ ସହ କଥା ହେବେରୁ ସେ ତାଙ୍କ ପୁଅ କୁ ଚିହ୍ନିଥିଲେ । ରଞ୍ଜନ ବିକାଶଙ୍କୁ ପୁରୀ ନେଇ ଜଗନ୍ନାଥଙ୍କ ଦର୍ଶନ କରାଇବା ପରେ ଶୁକ୍ରବାର ଦିନ ତାଙ୍କୁ ଆଣି ଝୁମ୍ପୁରା ପୋଲିସ୍ ସହାୟତାରେ ବିକାଶ ଲାଗୁରି କୁ ସୁସ୍ଥ ଅବସ୍ଥାରେ ତା ବାପା ମହେଶ ଲାଗୁରୀ (୩୫) ଙ୍କୁ ଜିମା ଦେଇଥିଲେ । ଏହି ମହାନତାପାଇଁ ରଞ୍ଜନ ପ୍ରସଂଶା ର ପାତ୍ର ହୋଇଛନ୍ତି।
May 6, 2024
0 Comment
92 Views
ନାବାଳକକୁ ଉଦ୍ଧାର କରି ଏବେ ଚର୍ଚ୍ଚାରେ ସାମ୍ବାଦିକ
କେନ୍ଦୁଝର, ଘରୋଇ କଳିକୁ କେନ୍ଦ୍ରକରି ଘର ଛାଡ଼ି ଚାଲି ଆସିଥିବା ଜଣେ ନାବାଳକକୁ ଝୁମ୍ପୁରା ଅଞ୍ଚଳର ସାମ୍ବାଦିକ ରଞ୍ଜନ ବେହେରା ଉଦ୍ଧାର କରି ଝୁମ୍ପୁରା ଥାନା ପ୍ରାଙ୍ଗଣରେ ଝୁମ୍ପୁରା ପୋଲିସ୍ ସହାୟତାରେ ବିକାଶ ଲାଗୁରି କୁ ସୁସ୍ଥ ଅବସ୍ଥାରେ ତା ଘର ଲୋକଙ୍କୁ ଜିମା ଦେଇଛନ୍ତି। ଝାଡ଼ଖଣ୍ତ ପଶ୍ଚିମସିଂଭୂମ ଜିଲ୍ଲା ତଡାନ୍ ଘାତୁ ଗ୍ରାମର ବିକାଶ ଲାଗୁରୀ (୧୦) ଘର ଛାଡ଼ି ପୁରୀ -ବଡ଼ର୍ବିଲ ପାସେଞ୍ଜର ଟ୍ରେନ୍ରେ ବସି ପଡ଼ିଥିଲେ । ଟ୍ରେନ୍ ଚାଲିବା ପରେ ସେ... Read More