ଅହମ୍ମଦାବାଦ: ଗୁଜରାଟରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଆମରେଲିରୁ କଂଗ୍ରେସ ବିଧାୟକ ପରେଶ ଧନାନି ମଧ୍ୟ ଭୋଟ୍ ଦେଇଛନ୍ତି । ହେଲେ ଭୋଟ୍ ଦେବା ପାଇଁ ସେ ଯେଉଁଭଳି ଢଙ୍ଗରେ ଯାଇଥିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ଧନାନି ଏକ ସାଇକେଲରେ ସିଲିଣ୍ଡର ଧରି ମତଦାନ କେନ୍ଦ୍ରକୁ ଯାଇଥିଲେ।
ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରତିବାଦ ଓ ଏହି କଥା ଲୋକଙ୍କୁ ମନେ ପକାଇଦେବା ପାଇଁ ସେ ଏଭଳି ଉପାୟ ବାଛିଥିଲେ ବୋଲି ପରେଶ ଧନାନି କହିଛନ୍ତି। ଧନାନି କହିଛନ୍ତି, ସେ ନିଶ୍ଚିତ ଯେ ସମଗ୍ର ଗୁଜରାଟ ମଧ୍ୟ ଏହି ପ୍ରସଙ୍ଗକୁ ମନରେ ରଖି ଭୋଟ୍ ଦେବ।
ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ୧୯ଟି ଜିଲ୍ଲାର ୮୯ ଆସନରେ ମତଦାନ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡିସେମ୍ବର ୫ରେ ମତଦାନ ହେବ ଏବଂ ଡିସେମ୍ବର ୮ରେ ଫଳାଫଳ ଆସିବ।
December 1, 2022
0 Comment
176 Views
ଗୁଜରାଟ ନିର୍ବାଚନ: ସାଇକେଲରେ ଗ୍ୟାସ୍ ସିଲିଣ୍ଡର ଧରି ଭୋଟ ଦେବାକୁ ଗଲେ କଂଗ୍ରେସ ବିଧାୟକ
ଅହମ୍ମଦାବାଦ: ଗୁଜରାଟରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଆମରେଲିରୁ କଂଗ୍ରେସ ବିଧାୟକ ପରେଶ ଧନାନି ମଧ୍ୟ ଭୋଟ୍ ଦେଇଛନ୍ତି । ହେଲେ ଭୋଟ୍ ଦେବା ପାଇଁ ସେ ଯେଉଁଭଳି ଢଙ୍ଗରେ ଯାଇଥିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ଧନାନି ଏକ ସାଇକେଲରେ ସିଲିଣ୍ଡର ଧରି ମତଦାନ କେନ୍ଦ୍ରକୁ ଯାଇଥିଲେ। ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରତିବାଦ ଓ ଏହି କଥା ଲୋକଙ୍କୁ ମନେ ପକାଇଦେବା ପାଇଁ ସେ ଏଭଳି... Read More