ଭୁବନେଶ୍ବର : ରାଜଧାନୀରେ ଚର୍ଚ୍ଚାରେ ଆଉ ଜଣେ ଲେଡି ବ୍ଲାକମେଲର । ବ୍ଲାକମେଲ କରୁଥିବା ଅଭିଯୋଗରେ କର୍ଣ୍ଣାଟକର ପ୍ରୀତି ଦେଶାଇ ନାମ୍ନୀ ଜଣେ ଯୁବତୀକୁ ଗିରଫ କରାଯାଇଛି । ଗିରଫ ଲେଡି ବ୍ଲାକମେଲର ଜଣକ ଭୁବନେଶ୍ବରରେ ରହୁଥିଲା । ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ବେଳେ, କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସିଥିଲେ । ବ୍ଲାକମେଲରେ ଅତିଷ୍ଠ ହୋଇ ବ୍ୟବସାୟୀ ଜଣକ ଶେଷରେ ଆତ୍ମହତ୍ୟା କରିଥିଲେ । ଏହାପରେ ରାଜସ୍ଥାନର କୋତୱାଲି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଜାଣିବାକୁ ପାଇଥିଲା ମାୟାବିନୀ ପ୍ରୀତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଛି। ଶନିବାର ଦିନ ପୋଲିସ ପ୍ରୀତିକୁ ଗିରଫ କରି ରାଜସ୍ଥାନକୁ ନେଇଥିବା ଜଣାଯାଇଛି।

November 13, 2022
0 Comment
361 Views
ରାଜଧାନୀରୁ ଆଉ ଜଣେ ଲେଡି ବ୍ଲାକମେଲର ଗିରଫ
ଭୁବନେଶ୍ବର : ରାଜଧାନୀରେ ଚର୍ଚ୍ଚାରେ ଆଉ ଜଣେ ଲେଡି ବ୍ଲାକମେଲର । ବ୍ଲାକମେଲ କରୁଥିବା ଅଭିଯୋଗରେ କର୍ଣ୍ଣାଟକର ପ୍ରୀତି ଦେଶାଇ ନାମ୍ନୀ ଜଣେ ଯୁବତୀକୁ ଗିରଫ କରାଯାଇଛି । ଗିରଫ ଲେଡି ବ୍ଲାକମେଲର ଜଣକ ଭୁବନେଶ୍ବରରେ ରହୁଥିଲା । ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ବେଳେ, କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସିଥିଲେ । ବ୍ଲାକମେଲରେ ଅତିଷ୍ଠ ହୋଇ... Read More