କେନ୍ଦୁଝର, (ନିପ୍ର) ଗୁରୁବାର ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ବ୍ୟାଙ୍କର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ହିମାଦ୍ରୀ ଶେଖର ଦାଶଙ୍କ ପୌରହିତ୍ୟରେ ସମସ୍ତ କର୍ମଚାରୀ ବ୍ୟାଙ୍କର ଶପଥ ପତ୍ର ପାଠ କରିବା ପରେ ବ୍ୟାଙ୍କ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ନରଣପୁର ସ୍ଥିତ ଆଦୃତ ଚିଲଡ଼ରେନ୍ସ ହୋମର ଅନ୍ତେବାସୀଙ୍କୁ ଖାଦ୍ୟ ପଦାର୍ଥ ଓ କ୍ରିକେଟ ଖେଳ ଉପକରଣ ବଣ୍ଟନ କରାଯାଇଥିଲା। ପରେ ଏକଲବ୍ୟ ମଡେଲ ସ୍କୁଲ ପରିସରରେ ବୃକ୍ଷରୋପଣ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ହିମାଦ୍ରୀ ଶେଖର ଦାଶଙ୍କ ତତ୍ୱାବଧାନରେ କରାଯାଇଥିଲା। ଏହା ସହିତ ବୋନାଯୋଡି ସ୍ଥିତ ଆନନ୍ଦାଶ୍ରମ ଠାରେ ଥିବା ବୃଦ୍ଧବୃଦ୍ଧା ଅନ୍ତେବାସୀଙ୍କ ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟାରେ ଜିଲା ସଂସ୍କୃତି ଭବନ ପରିସରରେ ବ୍ୟାଙ୍କର ଗ୍ରାହକଙ୍କୁ ଉତ୍ତମ ସେବା ସମ୍ପର୍କିତ କର୍ମଶାଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ବ୍ୟାଙ୍କ ଆଫ ଇଣ୍ଡିଆର ଉପ ମହା ପ୍ରବନ୍ଧକ ଶ୍ୟାମଳ କୁମାର ଦାଶ, ସହାୟକ ମହା ପ୍ରବନ୍ଧକ ଲଳିତ କୁମାର ମହାନ୍ତ, ଅଗ୍ରଣୀ ଜିଲା ପ୍ରବନ୍ଧକ ରବି ନାରାୟଣ ମହାଳିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
September 7, 2023
0 Comment
228 Views
ବ୍ୟାଙ୍କ ଅଫ ଇଣ୍ଡିଆ କେନ୍ଦୁଝର ଅଞ୍ଚଳର ସମସ୍ତ ଶାଖାରେ ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର, (ନିପ୍ର) ଗୁରୁବାର ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ବ୍ୟାଙ୍କର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ହିମାଦ୍ରୀ ଶେଖର ଦାଶଙ୍କ ପୌରହିତ୍ୟରେ ସମସ୍ତ କର୍ମଚାରୀ ବ୍ୟାଙ୍କର ଶପଥ ପତ୍ର ପାଠ କରିବା ପରେ ବ୍ୟାଙ୍କ ଏକ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ନରଣପୁର... Read More