ପୁରୀ : ଶ୍ରୀମନ୍ଦିର ପରିସରରେ ଜଣେ ମହିଳାଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡରେ ମହିଳା ଜଣଙ୍କ ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାଶ ବୋଲି ଜଣାପଡିଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମାଧୁରୀ କାର୍ତ୍ତିକ ବ୍ରତ ପାଳନ ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀ ଶିବିରରେ ରହୁଥିଲେ। ଆଜି ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୋଲିସ ଅଟକାଇଥିଲା। ଏନଇ ମାଧୁରୀ ଓ ପୋଲିସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଜଣେ ପୋଲିସ କର୍ମଚାରୀ ମାଧୁରୀଙ୍କୁ ଠେଲି ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଏସପି କାର୍ଯ୍ୟାନୁଷ୍ଠାନ ନେଇ ଜଣେ ହାବିଲଦାରଙ୍କୁ ସସପେଣ୍ଡ କରିଛନ୍ତି ।

November 7, 2022
0 Comment
329 Views
ଶ୍ରୀମନ୍ଦିରରେ ମହିଳାଙ୍କୁ ମାଡ଼, ହାବିଲଦାର ସସପେଣ୍ଡ
ପୁରୀ : ଶ୍ରୀମନ୍ଦିର ପରିସରରେ ଜଣେ ମହିଳାଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡରେ ମହିଳା ଜଣଙ୍କ ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାଶ ବୋଲି ଜଣାପଡିଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଧୁରୀ କାର୍ତ୍ତିକ ବ୍ରତ ପାଳନ ପାଇଁ ମାସେ ହେଲା ବାସେଳିସାହିରେ ଥିବା ହବିଷିଆଳୀ ଶିବିରରେ ରହୁଥିଲେ। ଆଜି ସେ ମହାପ୍ରଭୁଙ୍କୁ ଦର୍ଶନ... Read More