କେନ୍ଦୁଝର, ବିଜେପି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ରେ ନୂତନ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଏବଂ ତଦୁର୍ଦ୍ଧ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ର ବରିଷ୍ଠ ନେତା ଛୋଟଲାଲ ମହାନ୍ତ, ଲୋକସଭା ପ୍ରଭାରୀ ସଞ୍ଜୀବ ମହାନ୍ତି ଓ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଙ୍କ ସହ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ । ଦୀର୍ଘ ୫୦୦ ବର୍ଷ ରୁ ଅଧିକ ସଙ୍ଘର୍ଷ ପରେ ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ରେ ରାମ ଲାଲ ଙ୍କ ପ୍ରାଣପ୍ରତିଷ୍ଠା ଦିନ ପ୍ରତ୍ୟେକ ଗ୍ରାମର ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ବଳନ, ଭଜନ କୀର୍ତ୍ତନ କରିବା ସହ ଅଯୋଧ୍ୟା ଯିବା ନିମନ୍ତେ ସୂଚି ପ୍ରସ୍ତୁତ କରି ପଠାଇବାରେ ସହଯୋଗ କରିବା ବିଷୟରେ ସମ୍ମାନୀୟ ଛୋଟଲାଲ ମହାନ୍ତ ମାର୍ଗ ଦର୍ଶନ ଦେଇଥିଲେ । ନରେନ୍ଦ୍ର ମୋଦି ଙ୍କ ସୋସିଆଲ ପ୍ଲାଟଫର୍ମ “ନମୋ ଆପ” କୁ ସମସ୍ତେ ନିଜ ମୋବାଇଲ ରେ ଡାଉନଲୋଡ଼ କରି “ବିକଶିତ ଭାରତ ଅମ୍ବାସାଡର” ହୋଇ ୧୦୦ ଦିନର ଚାଲେଞ୍ଜ ଗ୍ରହଣ କରିବା ର କର୍ମଶାଳା କୁ ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ ଏବଂ ଅନୁବ୍ରତ ବେହେରା, ଜ୍ଞାନରଞ୍ଜନ ସମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ପୃଥୁରାଜ କୁଅଁର, ସତ୍ୟବ୍ରତ ପଣ୍ଡା, ସନ୍ତୋଷ ରାଉତ ଏବଂ କିରଣବାଳା ନାଏକ, ଜିଲ୍ଲା ଉପସଭାପତି ଗୋପୀନାଥ ରାମ, ନିରାକାର ଦଳେଇ, ସ୍ୱପ୍ନା ସାହୁ, ଅଗନୁ ଚରଣ ମହାନ୍ତ ଏବଂ ଗଣେଶ୍ୱର ମହାନ୍ତ, ଜିଲ୍ଲା ସମ୍ପାଦକ ଦୀପକ ଜେନା, ମାନସ ନାଏକ, ଜସ୍ୱସିନୀ ବଳ, ନୀଳମଣି ମହାନ୍ତ ଏବଂ ଲୀଳାବତୀ ଫୁତକାର, କୋଷାଧକ୍ଷ ଶିବକୁମାର ରାଠୋର, କାର୍ଯ୍ୟାଳୟ ସମ୍ପାଦକ ପଞ୍ଚାନନ ସୂତ୍ରଧର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ଓବିଶି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ, କୃଷକ ମୋର୍ଚା ସଭାପତି ଭାଗିରଥି ସିଂ, ହରିଜନ ମୋର୍ଚ୍ଚା ସଭାପତି ସୁକାନ୍ତ ଜେନା ଙ୍କ ସହ ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
January 13, 2024
0 Comment
136 Views
ବିଜେପି ର କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଠିତ
କେନ୍ଦୁଝର, ବିଜେପି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ରେ ନୂତନ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଏବଂ ତଦୁର୍ଦ୍ଧ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ର ବରିଷ୍ଠ ନେତା ଛୋଟଲାଲ ମହାନ୍ତ, ଲୋକସଭା ପ୍ରଭାରୀ ସଞ୍ଜୀବ ମହାନ୍ତି ଓ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ... Read More