ନବରଙ୍ଗପୁର, ନି ପ୍ର: ବିଦ୍ୟୁତ୍ ବିଭ୍ରାଟ ଓ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ନବରଙ୍ଗପୁର ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଆଜି ନବରଙ୍ଗପୁର ବିଜେପି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟାଟା ପାୱାର ବା ଟିପିଏସଓଡିଏଲ୍ ର ମନମୁଖୀ ବେପାରୁଆ ମନୋଭାବ ଯୋଗୁଁ ଘଣ୍ଟା ଘଣ୍ଟା,ଦିନ ଦିନ ଧରି ବିଦ୍ୱତ୍ ବଣ୍ଟନ ବନ୍ଦ ରହୁଛି। ଯେଉଁଥିପାଇଁ ଜିଲା ଚିକିତ୍ସାଳୟ ବା ଅନ୍ୟାନ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ମାନେ ଅସୁବିଧା ଭୋଗିବା ସହ ଜୀବନ ବି ଚାଲି ଯାଉଛି, ଛାତ୍ର ଛାତ୍ରୀ, ବେପାରୀ, ସରକାରୀ କାର୍ଯ୍ୟାଳୟ,ସ୍କୁଲ,କଲେଜ ଜନସାଧାରଣ ଙ୍କ ଅବସ୍ଥା ଦୟନୀୟ ହୋଇ ଯାଉଥିବା ବେଳ କମ୍ପାନୀ ର ଅଧିକାରୀ ମାନେ ସେଥି ପ୍ରତି ଗୁରୁତ୍ବ ନ ଦେଇ ଶୀତ ତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସି ମଜା ମାରୁଛନ୍ତି।ନିଜ ମନ ମୁତାବକ ଦାଦାବଟି ଆଦାୟ କଲା ଭଳି ବିଦ୍ୱତ୍ ଶୁଳ୍କ ଆଦାୟ କରା ଯାଉଛି।ଛୋଟଛୋଟ କାରଣରୁ ହିତାଧିକାରୀ ଙ୍କ ଘରୁ ବିଦ୍ୱତ ବଣ୍ଟନ କାଟି ଦିଆ ଯାଉଛି। ନବରଂଗପୁର ର କୌଣସି ଉନ୍ନତି ନ କରି କୋଟି କୋଟି ଟଙ୍କା ନବରଙ୍ଗପୁର ଜନତା ଙ୍କଠାରୁ ବିଲ୍ ରେ ଚଞ୍ଚକତା କରି ଠକି ନିଆ ଯାଉଛି।ଏସବୁ ବିଷୟ କୁ ନେଇ ନବରଙ୍ଗପୁର ଭାରତୀୟ ଜନତା ପାର୍ଟି ତରଫରୁ ଟାଟା ବିଦ୍ୱତ୍ ବିତରଣ କମ୍ପାନୀ ର କାର୍ଯ୍ୟାଳୟକୁ ଘେରାଓ କରାଯାଇ ଅଘୋଷିତ ବିଦ୍ୱତ୍ କାଟ ବନ୍ଦ କରିବା ସୁନିଶ୍ଚିତ କରିବାକୁ ତାଗିଦ୍ କରା ଯାଇଥିଲା।୭ ଦିନ ମଧ୍ୟରେ ଏହାର ମୀମାଂସା ନ ହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଓ ଘେରାଉ ଉଗ୍ର ରୂପ ନେବାର ଚେତାବନୀ ଦିଆଯାଇଛି।
ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ,ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ର, ସାଧାରଣ ସମ୍ପାଦକ ଅଚ୍ୟୁତା ନନ୍ଦ ବିଷୋୟୀ,ଉପ ସଭାପତି ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ,ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସର୍ମିଷ୍ଟା ଦେଓ, ନଗର ମହିଳା ମୋର୍ଚ୍ଚା ସଭାପତି ମିନତି ପଟ୍ଟନାୟକ କାଉନସିଲର ମମତା ମହାରଣା, କାଉନସିଲର ଏ.ସତିସ୍, ରାଜେନ୍ଦ୍ର ବିଷୋୟୀ,ମଧୁ ଗାଦବା,ସୁଭମ ଚୌଧୁରୀ, ନେତା ସୁବ୍ରତ ମିଶ୍ର,ମାନସ ତ୍ରିପାଠୀ,ସରୋଜ ବେହେରା, ସୁକାନ୍ତି ବେହେରା, ଗୀତାଞ୍ଜଳୀ ମହାପାତ୍ର, ରଞ୍ଜିତା ମଲିକ, ସୁନୀତା ପାଢ଼ୀ, ମମତା ମହାରଣା, ସୁନୀତା ସାହୁକାର, କାଉନସିଲର ଅମିତ୍ ନାୟକ, ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
June 16, 2023
0 Comment
321 Views
ବିଦ୍ୟୁତ୍ ବିଭ୍ରାଟ ପ୍ରସଙ୍ଗରେ ବିଜେପି ପକ୍ଷରୁ ବିକ୍ଷୋଭ
ନବରଙ୍ଗପୁର, ନି ପ୍ର: ବିଦ୍ୟୁତ୍ ବିଭ୍ରାଟ ଓ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ନବରଙ୍ଗପୁର ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଆଜି ନବରଙ୍ଗପୁର ବିଜେପି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟାଟା ପାୱାର ବା ଟିପିଏସଓଡିଏଲ୍ ର ମନମୁଖୀ ବେପାରୁଆ ମନୋଭାବ ଯୋଗୁଁ ଘଣ୍ଟା ଘଣ୍ଟା,ଦିନ ଦିନ ଧରି ବିଦ୍ୱତ୍ ବଣ୍ଟନ ବନ୍ଦ ରହୁଛି। ଯେଉଁଥିପାଇଁ ଜିଲା ଚିକିତ୍ସାଳୟ ବା ଅନ୍ୟାନ୍ୟ ଚିକିତ୍ସାଳୟରେ... Read More