କେନ୍ଦୁଝର, ଓଡ଼ିଶାରେ ବିଜେଡ଼ି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାର ଅଭିଯୋଗ ବାରମ୍ବାର ବିଜେପି ପକ୍ଷରୁ ଅଣା ଯାଉଥିବା ବେଳେ ରାଜ୍ଯରେ ମଦ ବେପାରୀଙ୍କ ଘରୁ ନଗଦ ସହ ସହ କୋଟି ଟଙ୍କାର କଳାଧନ ଜବତ ହେବା ଏବଂ ମଦ ବେପାରୀଙ୍କ ସହ ବିଜୁ ଜନତା ଦଳର ନେତାଙ୍କ ସମ୍ପୃକ୍ତି ହିଁ ଶାସକ ବିଜେଡ଼ିର ଅସଲ ଚେହେରାକୁ ପଦାରେ ପକାଇଛି। ବିଜେଡ଼ିର ଏ ମଦ ଦୁର୍ନୀତି ସ୍ଵାଧୀନ ଭାରତରେ ସବୁଠୁ ବଡ ଦୁର୍ନୀତି, ଯାହାକି ଆମ ଓଡ଼ିଶାକୁ ବଦନାମ କରିଛି ବୋଲି ଅଭିଯୋଗ ଆଣିଛି ବିଜେପି। ବର୍ଷକୁ ପ୍ରାୟ ୫୦ ହଜାର କୋଟିର ମଦ ଦୁର୍ନୀତି ଓଡ଼ିଶାରେ ହେଉଥିବା ଅଭିଯୋଗ ଆଣିଛି ବିଜେପି। ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଏହା ବିରୁଦ୍ଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି। ସଦର ବିଧାୟକ ତଥା ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ମାଝୀ ଏବଂ କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ଉପସ୍ଥିତିରେ ଜିଲ୍ଲାର ଶତାଧିକ କର୍ମୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୂଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ସଂପୃକ୍ତ ମନ୍ତ୍ରୀ ଏବଂ ମଦ ବ୍ୟବସାୟ ରେ ସଂପୃକ୍ତ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି। ଏହି ବିକ୍ଷୋଭ ରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଶୁକଦେବ ମହାନ୍ତ, ଜିଲ୍ଲା ବିଜେପି ଉପ ସଭାପତି ଗଣେଶ୍ୱର ମହାନ୍ତ, ଗୋପୀନାଥ ରାମ, ବିବେକାନନ୍ଦ ମହାନ୍ତ, ନଗର ସଭାପତି ବିଶ୍ୱଜିତ୍ ତ୍ରିପାଠୀ,ସମ୍ପାଦକ ଦୁର୍ଗା ବାରିକ, ଯୁବନେତା ହିମାଂଶୁ ପୁହାଣ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମାରଞ୍ଜନ ବାରିକ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ୍, ମହିଳା ନେତ୍ରୀ ସାବିତ୍ରୀ ବିଶ୍ୱାଳ,ଜଗନ୍ନାଥ ମୋଦୀ,ଆନିଦ୍ୟ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
December 11, 2023
0 Comment
284 Views
ମଦ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ୍ ସାଂସଦଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
କେନ୍ଦୁଝର, ଓଡ଼ିଶାରେ ବିଜେଡ଼ି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାର ଅଭିଯୋଗ ବାରମ୍ବାର ବିଜେପି ପକ୍ଷରୁ ଅଣା ଯାଉଥିବା ବେଳେ ରାଜ୍ଯରେ ମଦ ବେପାରୀଙ୍କ ଘରୁ ନଗଦ ସହ ସହ କୋଟି ଟଙ୍କାର କଳାଧନ ଜବତ ହେବା ଏବଂ ମଦ ବେପାରୀଙ୍କ ସହ ବିଜୁ ଜନତା ଦଳର ନେତାଙ୍କ ସମ୍ପୃକ୍ତି ହିଁ ଶାସକ ବିଜେଡ଼ିର ଅସଲ ଚେହେରାକୁ ପଦାରେ ପକାଇଛି। ବିଜେଡ଼ିର ଏ ମଦ ଦୁର୍ନୀତି ସ୍ଵାଧୀନ ଭାରତରେ ସବୁଠୁ ବଡ ଦୁର୍ନୀତି, ଯାହାକି ଆମ ଓଡ଼ିଶାକୁ... Read More