କେନ୍ଦୁଝର, କେନ୍ଦୁଝର ମୁଖ୍ୟାଳୟ ସ୍ଥିତ ଅଡିଟୋରିୟମ ଠାରେ ଭାରତୀୟ ମଜଦୁର ସଂଘ , ଓଡିଶା ପ୍ରଦେଶର ୧୭ତମ ତ୍ରୟବାର୍ଷିକ ପ୍ରଦେଶ ଅଧିବେଶନ ଏକ ଆଧ୍ୟାତ୍ମିକ ଓ ଶାନ୍ତ ବାତାବରଣ ମଧ୍ୟରେ ଆରମ୍ଭ ହେଲା। କେନ୍ଦୁଝର ଜିଲ୍ଲା ବିଏମଏସ ସଭାପତି ନିହାର ରଞ୍ଜନ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ସହିତ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ । ଅଖିଳ ଭାରତୀୟ ଅଧକ୍ଷ ଶ୍ରୀଯୁକ୍ତ ହିରଣ୍ମୟ ପାଣ୍ଡ୍ୟା ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଧିବଦ୍ଧ ଭାବେ ଅଧିବେଶର ଉଦଘାଟନ କରିବା ପରେ ସ୍ଵାଗତ କମିଟି ଅଧକ୍ଷ ତଥା ଓଡିଶା ସରକାରଙ୍କ ପବ୍ଲିକ ଆକାଉଣ୍ଟ ଚେୟାରମ୍ୟାନ ଶ୍ରୀଯୁକ୍ତ ମୋହନ ମାଝି ମଞ୍ଚାସୀନ ଅତୀଥି ଓ ଓଡିଶାର ୩୦ ଟି ଜିଲ୍ଲାରୁ ଉପସ୍ଥିତ ପ୍ରତିନିଧି ମାନଙ୍କୁ ସ୍ଵାଗତ କରିବା ସହିତ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠାତା ଶ୍ରଦ୍ଧେୟ ଦତ୍ତାତ୍ରେୟ ବପୁରାଓ ଠେଙ୍ଗଣିଜୀ ସ୍ମରଣ କରିଥିଲେ। ଶ୍ରୀ ମାଝି ଭାରତୀୟ ମଜଦୁର ସଂଘର ଶ୍ରମିକ ଉତ୍ଥାନ ନିମିତ୍ତ ପଦକ୍ଷେପ ଓ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ବିଏମଏସ ଏକ ଅଣ ରାଜନୈତିକ ସଂଗଠନ ଓ ଏହାର ସଫଳ ନେତୃତ୍ଵ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵର ଉଦାହାରଣ ନିର୍ମାଣ କରିଛି। ଅନେକ ଦେଶ ଆଜିର ଦିନରେ ବିଏମଏସ କୁ ଅନୁକରଣ କରୁଛନ୍ତି। ବିଏମଏସ ଏଲ -୨୦ର ନେତୃତ୍ଵ ନେଇ ସମସ୍ତ ସଦସ୍ୟ ଦେଶ ଦ୍ଵାରା ପ୍ରଶଂସିତ ହୋଇ ପାରିଛି, ଏଣୁ ଏଠାରେ ଉପସ୍ଥିତ ସମସ୍ତ ବିଏମଏସ ସଦସ୍ୟ ନିଜକୁ ଗୌରବାନ୍ଵିତ ମନେ କରିଥିଲେ । ବିଏମଏସ ରାଜ୍ୟ ସଭାପତି ପୃଥ୍ଵୀରାଜ ପଣ୍ଡା ତ୍ରୟ ବାର୍ଷିକ ଅଧିବେଶନର ଉଦ୍ଦେଶ୍ୟ ସରକାରୀ ତନ୍ତ୍ରର ଶ୍ରମିକ ବିରୋଧୀ ମନୋଭାବ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଅଖିଳ ଭାରତୀୟ ଅଧକ୍ଷ ହିରନ୍ମୟ ପାଣ୍ଡ୍ୟା ଦ୍ଵି ଦିବସୀୟ ଅଧିବେଶନର ସଫଳତା କାମନା ସହିତ ଉଦବୋଧନ କ୍ରମରେ କହିଲେ; ଦିନ ଥିଲା ବିଏମଏସ ସଙ୍ଗଠନକୁ ସମସ୍ତେ ପରିହାସ କରୁଥିଲେ ଆଜି ଦିନରେ ବିଏମଏସ ସଙ୍ଗଠନକୁ ସମସ୍ତେ ଭୟର ସହିତ ସମ୍ମାନ କରୁଛନ୍ତି। ଏହା କେବଳ କାର୍ଯ୍ୟକର୍ତ୍ତା ମାନଙ୍କ ଅଥକ ପ୍ରୟାସ ଓ କଠିନ ପରିଶ୍ରମ କାରଣରୁ ସମ୍ଭବ ହୋଇପାରିଛି। ବିଗତରୁ ଅନେକ ବର୍ଷ ଧରି ଭାରତୀୟ ମଜଦୁର ସଂଘ କେବଳ ଦେଶର ନଂ୧ ଶ୍ରମ ସଂଗଠନ ହୋଇ ରହି ନାହିଁ, ଆଜିର ଦିନରେ ବିଏମଏସ ବିଶ୍ଵର ନଂ୧ ଶ୍ରମ ସଂଗଠନ ମାନ୍ୟତା ହାସିଲ କରି ପାରିଛି, ଏହା ଆମେ କହୁ ନାହୁଁ , ବିଶ୍ଵର ଅନେକ ବଡ ବଡ ଦେଶ ସ୍ଵୀକାର କରୁଛନ୍ତି। ଦେଶର ଅନେକ ସଂଗଠନ ପ୍ରତିଷ୍ଠାର ପରବର୍ତ୍ତୀ ସମୟରେ ଅନେକ ଥର ବିଭାଜିତ ହୋଇଥିବା ବେଳେ, ବିଏମଏସ ୬୮ ବର୍ଷ ଧରି ଲୌହ ସ୍ତମ୍ଭ ଭଳି ଦଣ୍ଡାୟମାନ ହୋଇ ରହିଛି। ବ୍ରିକ୍ସ ରେ ସମ୍ମିଳିତ ଦେଶ ମାନେ ବିଏମଏସ ସହିତ ମିଶି ଶ୍ରମିକ ମାନଙ୍କ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ବିଏମଏସକୁ ଅନୁରୋଧ କରୁଛନ୍ତି। ବିଏମଏସ ର କାର୍ଯ୍ୟକର୍ତ୍ତା ମାନେ ପଦ ପଦବୀ ପାଇଁ ଲଢେଇ ନ କରି ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛନ୍ତି, ଓ ଆନ୍ଦୋଳନ ମାଧ୍ୟମରେ ଦାବୀ ହାସଲ କରିବାରେ ସମର୍ଥ ହୋଇଛନ୍ତି । ୨୦୧୪ ପରେ ବିଏମଏସ ଦେଶରେ ଅନେକ ଆନ୍ଦୋଳନ କରିଛି , କିନ୍ତୁ ଅନ୍ୟ କେନ୍ଦ୍ରୀୟ ଶ୍ରମ ସଂଗଠନ ମାନେ କାହିଁକି ପ୍ରଶାସନ ଓ ପ୍ରବନ୍ଧନ କୁ ଜାଗ୍ରତ କରିବାକୁ ଆନ୍ଦୋଳନ କରୁ ନାହାଁନ୍ତି ଏହା ଦେଶର ଶ୍ରମିକ ମାନେ ସେମାନଙ୍କୁ ପ୍ରଶ୍ନ କରିବା ଆବଶ୍ୟକ। ଶ୍ରୀ ପାଣ୍ଡ୍ୟା ସ୍କିମ ୱାର୍କର ମାନଙ୍କୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଥିବା ବେଳେ ସେମାନଙ୍କ ଦାବୀ ପୂରଣ କରୁ ନଥିବା ବିଷୟକୁ ନେଇ ଦୁଃଖ ପ୍ରକାଶ କରି ରାଜ୍ୟ ସରକାର ଅବିଳମ୍ବେ ସେମାନଙ୍କ ଦାବୀ ପୂରଣ ଉପରେ କାର୍ଯ୍ୟ କରିବା ପାଇଁ କହିଥିଲେ। ଓଡିଶା ପ୍ରକୃତିକ ସମ୍ପଦରେ ଭରି ରହିଥିବା ସତ୍ତ୍ବେ ରାଜ୍ୟର ଲୋକ ମାନେ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଛନ୍ତି । ଏହାକୁ କି’ ପ୍ରକାର ବିକାଶ କୁହା ଯିବ? ମହିଳା ମାନଙ୍କ ସଶକ୍ତିକରଣ ଉପରେ ବିଏମଏସ ସର୍ବଦା ଚିନ୍ତନ କରିଆସୁଅଛି ଓ ଆଗକୁ କରିବ ମଧ୍ୟ । ଆଜି ଓଡିଶାର ଅନେକ ବୁଦ୍ଧିଜୀବି, ଜ୍ଞାନୀଗୁଣି ଦେଶର ନେତୃତ୍ଵ କରୁଛନ୍ତି। ଶ୍ରୀ ପାଣ୍ଡ୍ୟା ଆଗକୁ ଆସୁଥିବା ଶ୍ରମିକ ମାନଙ୍କ ପ୍ରତି ବିପଦ, ବୈଷୟିକ ପରିବର୍ତ୍ତନକୁ ନେଇ ଉପସ୍ଥିତ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିବେଶନର ଉଦଘାଟନୀ ସତ୍ର ରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୈତାରୀ ନାୟକ ଉପସ୍ଥିତ ରହି ଶ୍ରମିକ ପ୍ରତିନିଧି ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଏହି ୨ ଦିବସୀୟ ଅଧିବେଶନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧ ହଜାରରୁ ଉର୍ଦ୍ଧ ଶ୍ରମିକ ପ୍ରତିନିଧି ଭାଗ ନେଇଥିଲେ।
December 30, 2023
0 Comment
120 Views
ଭାରତୀୟ ମଜଦୁର ସଙ୍ଘ ଜିନ୍ଦାବାଦ ଜୟ ଧ୍ୱନି ସହିତ ଆରମ୍ଭ ହେଲା ଭାରତୀୟ ମଜଦୁର ସଂଘ, ଓଡିଶା ପ୍ରଦେଶର ୧୭ ତମ ତ୍ରୟବାର୍ଷିକ ଅଧିବେଶନ
କେନ୍ଦୁଝର, କେନ୍ଦୁଝର ମୁଖ୍ୟାଳୟ ସ୍ଥିତ ଅଡିଟୋରିୟମ ଠାରେ ଭାରତୀୟ ମଜଦୁର ସଂଘ , ଓଡିଶା ପ୍ରଦେଶର ୧୭ତମ ତ୍ରୟବାର୍ଷିକ ପ୍ରଦେଶ ଅଧିବେଶନ ଏକ ଆଧ୍ୟାତ୍ମିକ ଓ ଶାନ୍ତ ବାତାବରଣ ମଧ୍ୟରେ ଆରମ୍ଭ ହେଲା। କେନ୍ଦୁଝର ଜିଲ୍ଲା ବିଏମଏସ ସଭାପତି ନିହାର ରଞ୍ଜନ ମିଶ୍ର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ସହିତ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ । ଅଖିଳ ଭାରତୀୟ ଅଧକ୍ଷ ଶ୍ରୀଯୁକ୍ତ ହିରଣ୍ମୟ ପାଣ୍ଡ୍ୟା ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଧିବଦ୍ଧ ଭାବେ ଅଧିବେଶର ଉଦଘାଟନ... Read More