
କେନ୍ଦୁଝର, (ନିପ୍ର) ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ରେଳ ଦୁର୍ଘଟଣାରେ ସମସ୍ତ ମୃତକଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏବଂ ଆହତମାନଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରି ମହମ ବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲା ଯୁବକଂଗ୍ରେସ କମିଟି ପକ୍ଷରୁ ସଭାପତି
ସୁନେଶ ଧୀରଙ୍କ ନେତୃତ୍ବରେ ସ୍ଥାନୀୟ କଂଗ୍ରେସ ଭବନରୁ ମହମବତୀ
ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସ୍ବର୍ଗତ
ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା
। ଏହି ଶୋଭାଯାତ୍ରାରେ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ, ଜ଼ିଲ୍ଲା କଂଗ୍ରେସ ଉପସଭାପତି ବସନ୍ତ କୁମାର ଦାସ, ପିସିସି ସଭ୍ୟ ଲଳିତ ମୋହନ ନାୟକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା ସୋସିଆଲ ମିଡ଼ିଆ ଅଧକ୍ଷ ସୁଢଳ କୁମାର ସେଠି, କଂଗ୍ରେସ ନେତା ଚିତ୍ତରଞ୍ଜନ ପରିଡା, ସଦର ବ୍ଲକ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ଯୁବ କଂଗ୍ରେସ ନେତା ଅମିତ ଅନୁପମ ରାଉତ, ସଞ୍ଜୟ ନାଏକ,ଜ୍ଞାନରଜନ ରାଉତ, ଏସ ଶକ୍ତିସ୍ୱରୂପ, ରୁଦ୍ର ନାରାୟଣ ସାହୁ,ବାବୁନୁ ରାଉତ, ସଂଗ୍ରାମ ବେହେରା, ମାନସ ବେହେରା, ଅଭିଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।