କେନ୍ଦୁଝର, ଆଜି ରାଙ୍କି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦୁଝର ପରିସରରେ ସମ୍ବିଧାନ ଦିବସ ପାଳନର ମହତ୍ତ୍ୱ ସମ୍ପର୍କିତ ଏକ ସେମିନାର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଗହଣରେ ସମ୍ପର୍ଣ୍ଣ ହୋଇଛି। ଏହି ସେମିନାରରେ ବରିଷ୍ଠ ମାନବାଧିକାର ରାଜ୍ୟ ସଂଯୋଜକ ତଥା ଆକାଶବାଣୀ କେନ୍ଦୁଝରର ବରିଷ୍ଠ ସାମୟିକ କାର୍ଯ୍ୟକ୍ରମ ସଂଯୋଜକ ଓ ଉପସ୍ଥାପକ ଶ୍ରୀ ସତ୍ୟଜିତ ସାମନ୍ତରାୟ ଅତିଥି ବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଦିବସ ପାଳନ ବିଷୟରେ ବିସ୍ତୃତ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ସେମିନାର ରେ ସମ୍ବିଧାନ ପ୍ରଣେତା ମାନଙ୍କ ସ୍ମୃତିଚାରଣ ସହ ସେମାନଙ୍କର ଦେଶମାତୃକା ପାଇଁ ସମ୍ବିଧାନର ପ୍ରସ୍ତୁତିରେ ରହିଥିବା ଅବଦାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରା ଯାଇଥିଲା। ଏହା ସହିତ ଭାରତର ସମ୍ବିଧାନ ପ୍ରସ୍ତୁତିରେ ରହିଥିବା ଅନ୍ୟାନ୍ୟ ମହାପୁରୁଷ ମାନଙ୍କ ଯୋଗଦାନ ବିଷୟରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦିଆ ଯାଇଥିଲା। ଭାରତର ସମ୍ବିଧାନ ସାରା ବିଶ୍ୱରେ ସବୁଠାରୁ ବଡ଼ ସମ୍ବିଧାନ ହୋଇଥିବା ବେଳେ, ଏହାକୁ ପ୍ରସ୍ତୁତ କରିବାକୁ ଦୁଇ ବର୍ଷ ଏଗାର ମାସ ଅଠର ଦିନ ସମୟ ଲାଗିଥିଲା ବେଳେ ଏଥିପାଇଁ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୬ ନଭେମ୍ବର ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶରେ ସମ୍ବିଧାନର ୧୬ ଟି ଆର୍ଟିକିଲ ଲାଗୁ ହୋଇଥିବା ବେଳେ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବିଦ୍ଧିବଦ୍ଧ ଭାବେ ସମ୍ବିଧାନର ସମସ୍ତ ଆର୍ଟିକିଲ ଦେଶରେ ଲାଗୁ ହୋଇଥିଲା। ଦେଶ ହିତରେ ତତ୍କାଳୀନ ସମ୍ବିଧାନ କମିଟିର ସଭାପତି ଡ଼ ରାଜେନ୍ଦ୍ର ପ୍ରସାଦଙ୍କୁ ଏହି ସମ୍ବିଧାନର ହାତଲେଖା ପୁସ୍ତକ ହସ୍ତାନ୍ତରିତ କରା ଯାଇଥିଲା । ସେଥିପାଇଁ ୨୦୧୫ ମସିହାରୁ7 ଏହି ଦିବସକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି। ପୂର୍ବରୁ ଏହି ଦିବସକୁ ବିଧି ଦିବସ ବା ଆଇନି ଦିବସ ଭାବରେ ପାଳନ କରା ଯାଉଥିଲା । ଏହି ସେମିନରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ, ରସାୟନ ବିଜ୍ଞାନ ଅଧ୍ୟାପକ ଗୋପାଳ ଚନ୍ଦ୍ର ମାଇତି, ଅର୍ଥନୀତି ଅଧ୍ୟାପିକା ଅନିତା ରାଉତ,ଜୀବ ବିଜ୍ଞାନ ଅଧ୍ୟାପକ କାଶୀନାଥ ଘଡେଇ, ରାକେଶ ମିନା,ସନ୍ଦୀପ କୁମାର, ମାଧୁରୀ, ବୃହସ୍ପତି ମହାନ୍ତ, ବିପ୍ଳବ ନାଏକ, ଜ୍ୟୋତି ଗୋପେ ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସେମିନାରକୁ ସଫଳ କରିଥିଲେ।
November 25, 2023
0 Comment
191 Views
ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝର ପରିସରରେ ଜାତୀୟ ସମ୍ବିଧାନ ଦିବସ ସମ୍ପର୍କିତ ସେମିନାର ଅନୁଷ୍ଠିତ
କେନ୍ଦୁଝର, ଆଜି ରାଙ୍କି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦୁଝର ପରିସରରେ ସମ୍ବିଧାନ ଦିବସ ପାଳନର ମହତ୍ତ୍ୱ ସମ୍ପର୍କିତ ଏକ ସେମିନାର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଗହଣରେ ସମ୍ପର୍ଣ୍ଣ ହୋଇଛି। ଏହି ସେମିନାରରେ ବରିଷ୍ଠ ମାନବାଧିକାର ରାଜ୍ୟ ସଂଯୋଜକ ତଥା ଆକାଶବାଣୀ କେନ୍ଦୁଝରର ବରିଷ୍ଠ ସାମୟିକ କାର୍ଯ୍ୟକ୍ରମ ସଂଯୋଜକ ଓ ଉପସ୍ଥାପକ ଶ୍ରୀ ସତ୍ୟଜିତ ସାମନ୍ତରାୟ ଅତିଥି ବକ୍ତା ଭାବେ ଯୋଗଦେଇ ସମ୍ବିଧାନ ଦିବସ ପାଳନ ବିଷୟରେ ବିସ୍ତୃତ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି... Read More