କେନ୍ଦୁଝର, ତା ୧୯.୦୪.
ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଚଳିତ ଅପ୍ରେଲ୍ ୧୯ ତାରିଖ ବୁଧବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା କରିଛନ୍ତି । କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ “ଆମ କଳିକା କେନ୍ଦ୍ର”ର ଭୂୟସୀ ପ୍ରଶଂସା କରିବା ସହିତ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଧରଣୀଧର ବିଶ୍ବବିଦ୍ୟାଳୟ (ପୁରୁଣାବଜାର ନିକଟ) ପରିଦର୍ଶନ କରିବା ସହ କ୍ୟାମ୍ପସ୍ ବୁଲି ଶୈକ୍ଷିକ ପରିବେଶ ଅନୁଧ୍ୟାନ କରିଥିଲେ ଏବଂ କ୍ୟାମ୍ପସର ପରିବେଶକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ମୁଖ୍ୟ ଶାସନ ସଚିବ ବାର୍ତାଳାପ କରି ଶିକ୍ଷାର ସଦୁପଯୋଗ କରି ଭବିଷ୍ୟତରେ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରିବା ନିମନ୍ତେ ଆହ୍ବାନ ଜଣାଇଥିଲେ । ଭୂତତ୍ବ ବିଭାଗର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତାଳାପ ସମୟରେ କେନ୍ଦୁଝର ଜିଲ୍ଲାରେ ଭୂତତ୍ଵ ବିଜ୍ଞାନ ସଂପର୍କରେ ଜ୍ଞାନ ଆହରଣ ପାଇଁ ଭରପୁର ଉତ୍ସ ରହିଛି ବୋଲି କହିବା ସହିତ ଏହାର ସୁଯୋଗ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଶ୍ବ ବିଦ୍ୟାଳୟର ସୁନାମ ବର୍ଜନ କରିବାକୁ ଛାତ୍ରଛାତ୍ରୀମାନେ ଅଙ୍ଗୀକାରବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ଡି. ଏମ୍. ଏଫ୍. ଅନୁଦାନରେ ପୁରୁଣାବାଜାର ସ୍ଥିତ ନବୀକୃତ ଗୋପାଳଜୀଉ ପାଠାଗାରର ଉଦ୍ଘାଟନ କରି ଏହି ପାଠାଗାର କେନ୍ଦୁଝର ଜିଲ୍ଲାର ମହାନ ସଂସ୍କୃତିର ଉଜ୍ଜ୍ଵଳ ସ୍ଵାକ୍ଷର
ବହନ କରିଛି ବୋଲି ଉଲ୍ଲେଖ କରିଥିଲେ । ଏହାପରେ ସଦର ବ୍ଲକ୍ ଅନ୍ତଗତ ମୁକୁନା ଗ୍ରାମ ପରିଦର୍ଶନ କରି ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ (ଏ.ପି.ସି.) ଦ୍ଵାରା କରାଯାଇଥିବା ପରିବା ଚାଷ ବୁଲି ଦେଖୁନା ସହିତ ମହିଳା ଚାଷୀମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ମହିଳା ଚାଷୀମାନେ ପାଉଥିବା ଲାଭ ସଂପର୍କରେ ଅବଗତ ହୋଇ ଆଗାମୀ ବର୍ଷମାନଙ୍କରେ କିପରି ଲାଭକୁ ବହୁଗୁଣିତ କରିପାରିବେ ସେଥିପାଇଁ ସେମାନେ ଯୋଜନାବଦ୍ଧ ଭାବେ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବା ଚାଷ ନିମନ୍ତେ ଆବଶ୍ୟକୀୟ ଟେକ୍ ଡ୍ୟାମ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ କହିଥିଲେ । ୫-ଟି ଉପକ୍ରମ ଅଧୁନରେ ରୂପାନ୍ତରିତ ସତ୍ୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ମୁକୁନା ପରିଦର୍ଶନ କରି ସେଠାରେ ସ୍ମାର୍ଟ ଶ୍ରେଣୀଗୃହ, ଆଇସିଟି ଲ୍ୟାବ, ବିଜ୍ଞାନାଗାର ଏବଂ ସ୍କୁଲ୍ର ପାରିପାର୍ଶ୍ବକ ପରିବେଶ ନିରୀକ୍ଷଣ କରିବା ସହ ଏଭଳି ବିକଶିତ ଭିତିଭୂମି ଶିକ୍ଷାର ବିକାଶ ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ମଧ୍ୟ ମୁଖ୍ୟ ଶାସନ ସଚିବ ବାର୍ତାଳାପ କରିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଧରଣୀଧର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରିଦର୍ଶନ କରିଥିଲେ । ପାଓ୍ବାର ପଏଂଟ୍ ପ୍ରେଜେଟେସନ୍ ମାଧ୍ୟମରେ ଧରଣୀଧର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ସଂପର୍କରେ ତଥ୍ୟ ଓ ଚିତ୍ର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା । ସେଠାରେ ବିଭିନ୍ନ ବିଭାଗ, ପ୍ରାକ୍ଟିକାଲ୍ ଗୃହ, ପାଠାଗାର ପରିଦର୍ଶନ କରିବା ସହିତ ପରିସରର ପ୍ରଶଂସା କରିଥିଲେ ଏବଂ ସ୍ମୃତିସ୍ଵରୂପ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷଚାରା ରୋପଣ କରିବାକୁ କହିଥିଲେ । ଏହାପରେ ତୁଳସୀପୁର ଗ୍ରାମ ପରିଦର୍ଶନରେ ଯାଇ ମୁଖ୍ୟ ଶାସନ ସଚିବ କ୍ରେନ୍ ପରିଦର୍ଶନ କରି କର୍ମଜୀବୀ ଦମ୍ପତିମାନଙ୍କର ପିଲାମାନଙ୍କୁ କିପରି ଯତ୍ନ ନିଆଯାଉଛି ସେ ସଂପର୍କରେ ଅନୁଧ୍ୟାନ କରିଥିଲେ । ଶିଶୁମାନଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଘରେ କିପରି ଶିଶୁମାନଙ୍କର ଯତ୍ନ ନିଆଯିବ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯିବ ସେ ସଂପର୍କରେ ପିତାମାତାମାନଙ୍କୁ ସଚେତନ କରାଇବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଏହାପରେ ଧରଣୀଧର ବିଶ୍ବ ବିଦ୍ୟାଳୟ (ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟ) ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ଆଲୁମିନିଙ୍କ ସହ ବାର୍ତାଳାପ କରିଥିଲେ । ଧରଣୀଧର ବିଶ୍ବ ବିଦ୍ୟାଳୟର ସୁପରିଚାଳନା, କିପରି ଏହାକୁ ଏକ ମର୍ଯ୍ୟାଦା ସମ୍ପନ୍ନ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ ଏବଂ ଗବେଷଣାକୁ ଗୁରୁତ୍ବ ଦିଆଯିବ ସେ ସଂପର୍କରେ ବାର୍ତାଳାପ କରିଥିଲେ । ଏହାପରେ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷ ଓ ପ୍ରାଧାପକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ କ୍ୟାମ୍ପସ୍ ଜରିଆରେ ନିଯୁକ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅଭିନନ୍ଦନ ଜଣାଇଥିଲେ । ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକତାର ପୁରଣ ସଂପର୍କରେ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍ଣୁ, ଆଇ.ଏ.ଏସ୍. ପ୍ରୋବେସନର ଧୁମେନ୍ ଚକ୍ମା, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ
ବିଭାଗୀୟ ଅଧ୍ଵକାରୀ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନ୍ଫରେନ୍ସ ହଲ୍ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଠାକରେ ସ୍ଵାଗତ ସମ୍ଭାଷଣ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ କାନପୁର ଜଳସେଚନ ପ୍ରକଳ୍ପର ଶେଷ
ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କିପରି ତୁରନ୍ତ ଶେଷ ହେବ ସେ ସଂପର୍କରେ ସମୀକ୍ଷା କରିବା ସହିତ ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରୋଜେକ୍ଟ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ
ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପ, ୱାଟ୍କୋ, ପୂର୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ଅର୍ନ୍ତଗତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମୀକ୍ଷା କରିଥିଲେ । ନିର୍ବାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଜିଲ୍ଲାପାଳ ଆଶିଷ ଠାକରେ, ଡି.ଏଫ୍.ଓ. ଧନରାଜ ଏଚ୍.ଡି., ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆନନ୍ଦପୁର ଉପଖଣ୍ଡ ବୀରଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସେଠାରେ ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପର ହେଡ୍ସ୍ ୱାର୍କସ୍ ସାଇଟ୍ ପରିଦର୍ଶନ କରିଥିଲେ ଏବଂ ପ୍ରକଳ୍ପର ଅଗ୍ରଗତି ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।