କେନ୍ଦୁଝର,୧୫ା୧୨ କେନ୍ଦୁଝର ସରକାରୀ ମହିଳା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଛି।ଏହି ଉତ୍ସବକୁ କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକ ପ୍ରଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଅଧ୍ୟକ୍ଷ ପ୍ରଫେସର ଡା: ପ୍ରଭାକର ନାଏକ ଙ୍କ ସଭାପତିତ୍ବ ଓ ଛାତ୍ରୀ ସୁଜାତା ସିଂଙ୍କୁ ମଞ୍ଚ ପରିଚାଳନାରେ ଆୟୋଜିତ ସଭା ଅନୁଷ୍ଠିତ ହୋଇଥିଲା।ନୂଆ ଓଡିଶା ନବୀନ ଓଡିଶା କେନ୍ଦୁଝର ପର୍ଯ୍ୟବେକ୍ଷଣ ଅଧିକାରୀ ଡା: ରାଜେଶ କୁମାର ସାହୁ,କେନ୍ଦୁଝର ଜିଲ୍ଲା ନୋଡାଲ ଅଧିକାରୀ ଡା: ଦାମୋଦର ସାହୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଲକ୍ଷ ସଂମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ।ଏଥିସହ ରାଜ୍ୟ ତଥା ରାଜ୍ୟ ତଥା ଦେଶରେ ପାରଦର୍ଶିତା ଲାଭ କରି ଏହି କାର୍ଯ୍ୟକ୍ରମର ଉଦେଶ୍ୟକୁ ଫଳପ୍ରଦ କରିବାକୁ ପରାମର୍ଶ ଦେଇଥିଲେ।ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଡା: ଋଷିନାଥ ନଏକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ଡା: ସୂର୍ଯ୍ୟକାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ପ୍ରଶାସନିକ ଅଧିକାର ଡା: ସୁଷମା ନାୟକ,ସାଂସ୍କୃତିକ କାର୍ଯ୍ୟକ୍ରମ ର ସଦସ୍ୟା ପ୍ରିତି ମଂଞ୍ଜରୀ ମିଶ୍ର,ଡା: ନିବେଦିତା ଦାସ,ଡା: ଲକ୍ଷ୍ମୀପ୍ରିୟା ହୋ,ଡା: ବନ୍ଦିତା ସ୍ବାଇଁ,ଶ୍ରୀମତୀ ସୁସ୍ମିତା ହାଁସଦା ପ୍ରମୁଖ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ଯୁକ୍ତ ଦୁଇ ଯୁକ୍ତ ତିନି ସ୍ନାତକୋତ୍ତର ଶ୍ରେଣୀ ଛାତ୍ରୀ ମାନଙ୍କ ଦ୍ବାରା ମନରଂଞ୍ଜନ ନିମିତ ନୃତ୍ୟ ଓ ସଂଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
December 15, 2023
0 Comment
142 Views
ସରକାରୀ ମହିଳା ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ ଘାଟିତ
କେନ୍ଦୁଝର,୧୫ା୧୨ କେନ୍ଦୁଝର ସରକାରୀ ମହିଳା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଛି।ଏହି ଉତ୍ସବକୁ କେନ୍ଦୁଝର ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକ ପ୍ରଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଅଧ୍ୟକ୍ଷ ପ୍ରଫେସର ଡା: ପ୍ରଭାକର ନାଏକ ଙ୍କ ସଭାପତିତ୍ବ ଓ ଛାତ୍ରୀ ସୁଜାତା ସିଂଙ୍କୁ ମଞ୍ଚ ପରିଚାଳନାରେ ଆୟୋଜିତ ସଭା ଅନୁଷ୍ଠିତ ହୋଇଥିଲା।ନୂଆ ଓଡିଶା ନବୀନ ଓଡିଶା... Read More