କେନ୍ଦୁଝର, କେନ୍ଦୁଝର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପଲ୍ଲିକ ସ୍କୁଲର ୩୯ତମ ବାର୍ଷିକ କ୍ରୀଡା ମହୋତ୍ସବ କେନ୍ଦୁଝର ସହର ରିଜର୍ଭ ପୋଲିସ ଗ୍ରାଉଣ୍ତ ରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲାର କ୍ରୀଡା ଛାତ୍ରବାସ ପରିଚାଳକ ଜିତେନ୍ଦ୍ର ମହାକୁଡ ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟବକ୍ତା ଭାବେ କେନ୍ଦୁଝର ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମିଳିତ ସହଯୋଗରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସୁମଧୁର କଣ୍ଠଶିଳ୍ପୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉତ୍ସବର ପ୍ରାରମ୍ଭରେ ଭାରତୀୟ ସମ୍ବିଧାନ ଦିବସ ଉପଲକ୍ଷେ ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଅଭିଭାବକ ଭାରତୀୟ ସମ୍ବିଧାନ ପ୍ରତିଜ୍ଞାବଦ୍ଧ ହୋଇଥିଲେ।ମୁଖ୍ୟ ଅତିଥିଙ୍କ ଦ୍ବାରା କ୍ରୀଡା ଉତ୍ସବର ମଶାଲ ପ୍ରଜ୍ଜଳନ ପରେ ଛାତ୍ରଛାତ୍ରୀ କ୍ରୀଡା ଶପଥ ଗ୍ରହଣ କରିଥିଲେ। କ୍ରୀଡାର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ଙ୍କ ଦ୍ବାରା ଆରୋବିକ ର ସୁନ୍ଦର ପ୍ରଦର୍ଶନ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କ ଦ୍ବାରା ପିରାମିଡର କଳା କୈାଶଳ ପ୍ରଦର୍ଶିତ ହୋଇଥିଲା।ତାଇକୋଣ୍ତ ପ୍ରଦର୍ଶିତ ଦେବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା। ମଧ୍ୟାହ୍ନ ଭୋଜନ ପୁର୍ବରୁ ସମସ୍ତ ଦଳର କ୍ରିଡା ଆୟେଜନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଦୁଇଦିନଧରି ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ,ସଂମ୍ପାଦକ ଏବଂ ବରିଷ୍ଠ ଉପଦେଷ୍ଟା ମଣ୍ତଳୀ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
November 26, 2024
0 Comment
17 Views
ଡିଏଭି ପଲ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ
କେନ୍ଦୁଝର, କେନ୍ଦୁଝର ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପଲ୍ଲିକ ସ୍କୁଲର ୩୯ତମ ବାର୍ଷିକ କ୍ରୀଡା ମହୋତ୍ସବ କେନ୍ଦୁଝର ସହର ରିଜର୍ଭ ପୋଲିସ ଗ୍ରାଉଣ୍ତ ରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲାର କ୍ରୀଡା ଛାତ୍ରବାସ ପରିଚାଳକ ଜିତେନ୍ଦ୍ର ମହାକୁଡ ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟବକ୍ତା ଭାବେ କେନ୍ଦୁଝର ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମିଳିତ ସହଯୋଗରେ ମୁଖ୍ୟ ଅତିଥି... Read More