କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ କାର୍ଯ୍ୟାଳୟରେ ପ୍ରୋଜେକସନିଷ୍ଟ ନିକ୍ଷେପକ ଚୈତନ୍ୟ ଚରଣ ରଣା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ୩୧ମେ ବୁଧବାର ଅପରାହ୍ନ ରେ ଉପନିର୍ଦେଶକ ସୂଚନା ଓ ଲୋକସଂମ୍ପର୍କ କେନ୍ଦୁଝର କାର୍ଯ୍ୟାଳୟ ସଂଜୀବ ବାରିକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପରିସର ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉପନିର୍ଦେଶକ ଶ୍ରୀ ବାରିକ ନିଜ ଅଭିଭାଷଣରେ ଶ୍ରୀ ରଣାଙ୍କର କର୍ତ୍ତବ୍ୟ ପ୍ରତି ସମୟନୁବର୍ତ୍ତିତ,ଶୃଙ୍ଖଳା ଏବଂ ସରକାରୀ କାର୍ଯ୍ୟକୁ ତରାନ୍ବିତ କରିବାର ଦୃଢ ମାନସିକତା ଉପରେ ଆଲୋକପାତ କରିଥିଲେ। ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ ବୋଲି କହିବା ସହିତ ଶ୍ରୀ ରଣା ଙ୍କର ଅବସର କାଳୀନ ଜୀବନ ସୁଖରେ କଟିବା ପାଇଁ ଶୁଭ କାମନା କରିଥିଲେ।ଜିଲ୍ଲା ଅଧିକାରୀ ଜିତେନ୍ଦ୍ର ମହାକୁଡ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ପିତବାସ ମହାନ୍ତ,ଷ୍ଟରକିପର ଋଷିକାନ୍ତ ମହାନ୍ତ,ଭାରପ୍ରାପ୍ତ ଉପଖଣ୍ତ ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ବିଜୟ କୁମାର ନାଏକ,ଦେବେନ୍ଦ୍ର ରାଉତରାୟ,କର୍ମଚାରୀ ମନୋରଞ୍ଜନ ବରାଳ,ନାରାୟଣ ଚନ୍ଦ୍ର ଦାସ,ମନୋଜ କୁମାର ଦାସ,ସଞ୍ଜୟ ଶେଖର ବେହେରା,ଚନ୍ଦ୍ରଶେଖର ଦଳେଇ,ରଜନୀ ନାଏକ,ପଦ୍ମିନୀ ବେହେରା,ବସନ୍ତ ନାଏକ,ପ୍ରାକ୍ତନ କର୍ମଚାରୀ ବିପିନ ବିହାରୀ ମନ୍ତ୍ରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ରଣାଙ୍କର କର୍ତ୍ତବ୍ୟନିଷ୍ଠା,ଉଦାରମନଭାବ,ସାହାର୍ଯ୍ୟମନବୃତ୍ତି,ମଣିଷପଣିଆ ଆଦି ଗୁଣର ଭୂୟଶି ପ୍ରଶଂସା କରିଥିଲେ।ଏହି ସମ୍ବର୍ଦ୍ଧନାରେ ପ୍ରଚ୍ୟୁତର ରେ ଶ୍ରୀରଣା ସମସ୍ତ ଙ୍କୁ ସାହର୍ଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।ଏହି ପରିପ୍ରେକ୍ଷୀରେ ପୁଷ୍ପଗୁଚ୍ଛ ଓ ଉପଢୈାକନ ଉତ୍ତୋରୀୟ ପ୍ରଦାନ ପୂର୍ବକ ଚୈତନ୍ୟ ଚରଣ ରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଭିଜନାଲ ପେନସନ ମଞ୍ଜୁର ଅଡର ଦିଆଯାଇଥିଲା।
May 31, 2023
0 Comment
204 Views
ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ କାର୍ଯ୍ୟାଳୟ ର ପ୍ରୋଜେକସନିଷ୍ଟ ନିକ୍ଷେପକ ଙ୍କୁ ଅବସର ସମ୍ବର୍ଦ୍ଧନା
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ କାର୍ଯ୍ୟାଳୟରେ ପ୍ରୋଜେକସନିଷ୍ଟ ନିକ୍ଷେପକ ଚୈତନ୍ୟ ଚରଣ ରଣା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ୩୧ମେ ବୁଧବାର ଅପରାହ୍ନ ରେ ଉପନିର୍ଦେଶକ ସୂଚନା ଓ ଲୋକସଂମ୍ପର୍କ କେନ୍ଦୁଝର କାର୍ଯ୍ୟାଳୟ ସଂଜୀବ ବାରିକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପରିସର ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉପନିର୍ଦେଶକ ଶ୍ରୀ ବାରିକ ନିଜ ଅଭିଭାଷଣରେ ଶ୍ରୀ ରଣାଙ୍କର କର୍ତ୍ତବ୍ୟ ପ୍ରତି ସମୟନୁବର୍ତ୍ତିତ,ଶୃଙ୍ଖଳା ଏବଂ ସରକାରୀ କାର୍ଯ୍ୟକୁ... Read More