କେନ୍ଦୁଝର, ବ୍ୟାପକ ଜଙ୍ଗଲ ନଷ୍ଟ, ଗଛ ଚୋରି କାରଣରୁ ଉଜୁଡ଼ି ଯାଇଥିବା ସିଦ୍ଧମଠ ଔଷଧୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗୁରୁବାର ବନ ବିଭାଗ କର୍ମଚାରୀ, ସ୍ଥାନୀୟ କାଉନ୍ସିଲର ଓ ଲୋକଙ୍କ ଉପସ୍ଥିତିରେ ଉକ୍ତ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାର ୧ ନଂ.
ଓ୍ବାର୍ଡରେ ମନୋରମ ପରିବେଶରେ ଥିବା ଏହି ଜଙ୍ଗଲରେ ଆଗରୁ ବହୁ ମୂଲ୍ୟବାନ ଚନ୍ଦନ ଭଳି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଲତା ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ କରା ନ ଯିବାରୁ ଏହା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ମୂଲ୍ୟବାନ ଚନ୍ଦନ ଗଛ ଓ ଅନ୍ୟାନ୍ୟ ବୃକ୍ଷକୁ ଦୁର୍ବୃତ୍ତ କାଟି ନେଇଛନ୍ତି। ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ କାଉନ୍ସିଲର ଓ ବୟୋଜ୍ୟେଷ୍ଠ ଲୋକଙ୍କ ଦାବି ପରେ ବନ ବିଭାଗ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି। ଏବେ ମଧ୍ୟ ଉଦ୍ୟାନରେ କରଞ୍ଜ, ବାହାଡ଼ା, ଅଂଳା, ଚିନି ଚମ୍ପା, ମୁଚୁକୁନ୍ଦ ଆଦି ବହୁ ପ୍ରକାରର ବୃକ୍ଷ ଲତା ରହିଛି। ଏହାକୁ ଆବଦ୍ଧ କରାଗଲେ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଯିବ ବୋଲି ସ୍ଥାନୀୟ କାଉନ୍ସିଲର ଶରତ ସାହୁ (ମୁନା) କହିଛନ୍ତି । ଉଦ୍ୟାନ ଚୁଳିଆ ପାଦ ଦେଶରେ ରହିଥିବା ବେଳେ ସିଦ୍ଧମଠ ଧାର୍ମିକ ପୀଠ ନିକଟରେ ରହିଥିବାରୁ ଗୁରୁତ୍ୱବହନ କରିଥାଏ। ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ଉକ୍ତ ସ୍ଥାନକୁ ସଫା କରିବା ସହ ପ୍ରଥମେ ବାଡ଼ ଦେବା ବ୍ୟବସ୍ଥା କରିବା ସହ ମୃତ୍ତିକା ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ। ସେହିପରି ସେଠାରେ ଏକ ପ୍ରବେଶ ଗେଟ୍ ନିର୍ମାଣ କରି ପ୍ରକୃତିପ୍ରେମୀ ତଥା ସିଦ୍ଧମଠ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କ ପାଇଁ ରାସ୍ତା କରାଯିବ ବୋଲି କହିଥିଲେ।

May 13, 2023
0 Comment
242 Views
ସିଦ୍ଧମଠ ଔଷଧୀୟ ଉଦ୍ୟାନର ପୁନରୁଦ୍ଧାର ପାଇଁ ବନ ବିଭାଗର ପ୍ରୟାସ
କେନ୍ଦୁଝର, ବ୍ୟାପକ ଜଙ୍ଗଲ ନଷ୍ଟ, ଗଛ ଚୋରି କାରଣରୁ ଉଜୁଡ଼ି ଯାଇଥିବା ସିଦ୍ଧମଠ ଔଷଧୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗୁରୁବାର ବନ ବିଭାଗ କର୍ମଚାରୀ, ସ୍ଥାନୀୟ କାଉନ୍ସିଲର ଓ ଲୋକଙ୍କ ଉପସ୍ଥିତିରେ ଉକ୍ତ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାର ୧ ନଂ.ଓ୍ବାର୍ଡରେ ମନୋରମ ପରିବେଶରେ ଥିବା ଏହି ଜଙ୍ଗଲରେ ଆଗରୁ ବହୁ ମୂଲ୍ୟବାନ ଚନ୍ଦନ ଭଳି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷଲତା ରହିଥିଲା। ତେବେ... Read More