କେନ୍ଦୁଝର, ” ୱାଇ ସି ଏଲ୍ କମ୍ପ୍ୟୁଟର ଏଜୁକେସନ”, ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ଓ “ସକ୍ଷମ ଭାରତ” ସହଯୋଗୀତାରେ ୱାଇ ସି ଏଲ୍ କମ୍ପ୍ୟୁଟର ଏଜୁକେସନ କେନ୍ଦୁଝର ପରିସରରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁ କେନ୍ଦୁଝର ସହର ଓ ଆଖପାଖ ବିଭିନ୍ନ ଅଂଚଳ ରୁ ମୋଟ ୮୧ ଜଣ ଚକ୍ଷୁ ପରୀକ୍ଷା କରାଇ ଥିଲେ, ସେଥି ମଧ୍ୟ ରୁ ୮ ଜଣଙ୍କ ର ମୋତିଆ ବିନ୍ଦୁ ଚିହ୍ନଟ ହୋଇ ଥିଲା ଏବଂ ୮ ଜଣଙ୍କ ଅପରେସନ ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର କୁ ସ୍ଥାନାନ୍ତରିତ କରାଯାଇଛି । ରୋଗୀ ମାନଙ୍କର ଯିବା ,ଆସିବା,ରହିବା,ଖାଇବା ,ଔଷଧ ,ଚଷମା ଓ ଅପରେସନ “ଭୂମିକା ଚକ୍ଷୁ ଚିକିତ୍ସାଳୟ” ପକ୍ଷ ରୁ ଯୋଗାଇଦିଆଯିବ । ମିଳିତ ଉଦ୍ୟମର ଏହି ମହତ କାର୍ଯ୍ୟ କ୍ରମ ଓ ସୁଚିନ୍ତିତ ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମାନେ ୱାଇ ସି ଏଲ୍ କମ୍ପ୍ୟୁଟର ସଂସ୍ଥା କୁ ପ୍ରସଂଶା କରିଛନ୍ତି । ଏହି ଶିବିର କୁ କର୍ଣ୍ଣଦ କିଶୋର ଜେନା ଉତ୍ତର ଓଡିଶା ଜୋନ ର ଜୋନାଲ ମ୍ୟାନେଜର ଉଦଘାଟନ କରିଥିବାବେଳେ ଅଶେଷାନନ୍ଦ ଦାସ ହସ୍ପିଟାଲ ମ୍ୟାନେଜେର କେନ୍ଦୁଝର , ରୁଦ୍ର ନାରାୟଣ ଲୋହାର ଆସିଷ୍ଟାଣ୍ଟ ମ୍ୟାନେଜେର,ଚକ୍ଷୁ ସହାୟକ ଆୟନ ପାଲ , ଅଭିଷେକ ମହନ୍ତ ,ନଚିକେତା ଦାସ ,ହିମାଂଶୁ ଶେଖର ଦାସ ଙ୍କ ସହ ଅନ୍ୟମାନେ ଶିବିରକୁ ପରିଚାଳନା କରି ସଫଳ କରାଇଥିଲେ । ୱାଇ ସି ଏଲ୍ କମ୍ପ୍ୟୁଟର ଏଜୁକେସନ ର ନିର୍ଦ୍ଦେଶକ ହେମନ୍ତ ମହାନ୍ତ ଓ ୱାଇ ସି ଏଲ୍ ର ସମସ୍ତ ଛାତ୍ର ଛାତ୍ରୀ ଓ ୱାଇ ସି ଏଲ୍ ର ଶିକ୍ଷୟିତ୍ରୀ ସ୍ପ୍ରିଙ୍କିଲ ମହାନ୍ତ , ରଶ୍ମିରେଖା ମହାନ୍ତ ସମ୍ପୂର୍ଣ ସହଯୋଗ କରି ଶିବିର କୁ ଆୟୋଜନ କରିବାରେ ସହଯୋଗ କରିଥିଲେ ।
October 14, 2023
0 Comment
150 Views
ୱାଇ.ସି.ଏଲ୍ କମ୍ପ୍ୟୁଟର ଏଜୁକେସନ କେନ୍ଦୁଝର ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
କେନ୍ଦୁଝର, ” ୱାଇ ସି ଏଲ୍ କମ୍ପ୍ୟୁଟର ଏଜୁକେସନ”, ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ଓ “ସକ୍ଷମ ଭାରତ” ସହଯୋଗୀତାରେ ୱାଇ ସି ଏଲ୍ କମ୍ପ୍ୟୁଟର ଏଜୁକେସନ କେନ୍ଦୁଝର ପରିସରରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁ କେନ୍ଦୁଝର ସହର ଓ ଆଖପାଖ ବିଭିନ୍ନ ଅଂଚଳ ରୁ ମୋଟ ୮୧ ଜଣ ଚକ୍ଷୁ ପରୀକ୍ଷା କରାଇ ଥିଲେ, ସେଥି ମଧ୍ୟ ରୁ ୮ ଜଣଙ୍କ ର ମୋତିଆ... Read More