କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ମହାନ୍ତସାହିର ଦୈପଦୀ ମହାନ୍ତ(୬୦)ଙ୍କ ବଗିଚାରେ ପେନ୍ଥାପେନ୍ଥା ଅଙ୍ଗୁର ଲତା ଫଳିଛି। ଦୈପଦୀ ୨୦୧୭ ମସିହାରେ କୋର୍କଟ ରୋଗରେ ପୀଡିତ ହୋଇଥିଲେ।ସ୍ବାମୀ ଇନ୍ଦ୍ରମଣି ମହାନ୍ତ,ପୁତ୍ର ଦୀପକ କୁମାର ମହାନ୍ତ ଜଗତଜନନୀସେବା ଟ୍ରଷ୍ଟ ସହାୟତାରେ ଭୁବନେଶ୍ବର ହାଇଟେକ ଘୋରଇ ମେଡିକାଲ ରେ ତିନିବର୍ଷ ଚିକିତ୍ସା କରାଇବା ପରେ ସୁସ୍ଥ ହୋଇ ଏବେ ସେ ଘରେ ଅଛନ୍ତି। ସୁସ୍ଥ ହେବାପରେ ଦୈପଦୀ ବଗିଚାରେ ବାଇଗଣ,ବିଲାତି ବିଭିନ୍ନ ପନି ପରିବା ଚାଷ କରୁଥିଲେ। ଝୁମ୍ପୁରା କଟଲପୋଶି ରୁ ଏହି ଅଙ୍ଗୁର ଚାରା ଦୈପଦୀ ଆଣି ବଗିଚାରେ ଲଗେଇଛନ୍ତି। କିଛିମାସ ହେବ ଚାରିଆଡେ ଆଙ୍ଗୁର ଲତା ମାଡି ଅଙ୍ଗୁର ପେନ୍ଥାପେନ୍ଥା ହୋଇ ଫଳିଛି। ଏବେ ୧କେଜିରୁ ଉର୍ଦ୍ଧ ପାଖାପାଖି ଅଙ୍ଗୁର ଫଳିଥିବାରୁ ସ୍ଥାନୀୟଅଞ୍ଚଳର ଲୋକମାନେ ଦୈପଦୀ ଙ୍କ ବଗିଚାକୁ ଦେଖିବାକୁ ଆସୁଛନ୍ତି। କାଶ୍ମୀରେ ଅଙ୍ଗୁର ଚାଷ ଉପଯୋଗୀ ହେଉଥିବାବେଳେ ଗ୍ରାମାଞ୍ଚଳରେ ଅଙ୍ଗୁର ଚାଷ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ନୂଆଗାଁ ଅଞ୍ଚଳରେ ସୂର୍ଯ୍ୟମୁଖି,ସୋରିଶ,ବାଇଗଣ,ବିଲାତି,ତରଭୁଜ ଆଦି ବହୁଚାଷୀ ଚାଷ କରୁଛନ୍ତି।ତେବେ ଦୈପଦୀ ଅଙ୍ଗୁର ଚାଷପ୍ରତି ଆଗ୍ରହୀ ହୋଇଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ବୃଦ୍ଧା ବୟସରେ ତାଙ୍କର ଚିନ୍ତାଧାରା ବହୁ ଆଗରେ ରହିଛି। ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଅଙ୍ଗୁର ଚାଷ ପାଇଁ ଜ୍ଞାନ କୈାଶଳ ପ୍ରଶିକ୍ଷଣ ପ୍ରଦାନ କଲେ ଦୈପଦୀ ଉନ୍ନତ ମାନର ଅଙ୍ଗୁର ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
April 10, 2023
0 Comment
240 Views
ଦୈପଦୀ ଙ୍କ ବଗିଚାରେ ଫଳିଛି ପେନ୍ଥାପେନ୍ଥା ଅଙ୍ଗୁରଲତା
by Editor 02
କେନ୍ଦୁଝର, (ବ୍ରଜକିଶୋର ରାୟ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ମହାନ୍ତସାହିର ଦୈପଦୀ ମହାନ୍ତ(୬୦)ଙ୍କ ବଗିଚାରେ ପେନ୍ଥାପେନ୍ଥା ଅଙ୍ଗୁର ଲତା ଫଳିଛି। ଦୈପଦୀ ୨୦୧୭ ମସିହାରେ କୋର୍କଟ ରୋଗରେ ପୀଡିତ ହୋଇଥିଲେ।ସ୍ବାମୀ ଇନ୍ଦ୍ରମଣି ମହାନ୍ତ,ପୁତ୍ର ଦୀପକ କୁମାର ମହାନ୍ତ ଜଗତଜନନୀସେବା ଟ୍ରଷ୍ଟ ସହାୟତାରେ ଭୁବନେଶ୍ବର ହାଇଟେକ ଘୋରଇ ମେଡିକାଲ ରେ ତିନିବର୍ଷ ଚିକିତ୍ସା କରାଇବା ପରେ ସୁସ୍ଥ ହୋଇ ଏବେ ସେ ଘରେ ଅଛନ୍ତି। ସୁସ୍ଥ ହେବାପରେ ଦୈପଦୀ ବଗିଚାରେ ବାଇଗଣ,ବିଲାତି ବିଭିନ୍ନ ପନି... Read More