କେନ୍ଦୁଝର, କେନ୍ଦୁଝର ବିଧାନସଭା ସଂରକ୍ଷିତ ଆସନ ପାଇଁ ସ୍ଵାଧିନ ବିଧାୟିକା ପ୍ରାର୍ଥୀନୀ ଭାବେ ସସ୍ମିତାରାଣୀ ସିଂ ସୋମବାର ଦିନ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥ ପତ୍ର ଦାଖଲ କରିଛନ୍ତି । ସୋମବାର ଦିନ ପ୍ରାୟ ୧୨ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର ସମର୍ଥକ ଙ୍କ ସହ ଏକ ବିରାଟ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସସ୍ମିତାରାଣୀ ସିଂ। କେନ୍ଦୁଝର ଜିଲ୍ଲାରେ ୫ମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ । ଏପ୍ରିଲ ୨୯ ତାରିଖ ଠାରୁ ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ର ସମୟ ରହିଥିଲା । ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନରେ ସସ୍ମିତାରାଣୀ ସିଂ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସସ୍ମିତାରାଣୀ କିଛିଦିନ ତଳେ ବିଜେଡି ଦଳ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଓ ସୋମବାର ଦିନ ସ୍ୱାଧିନ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସସ୍ମିତା ପ୍ରଥମେ ସ୍ଥାନୀୟ କାଳୀ ପଡିଆ ଠାରୁ ନିଜର ହଜାର ହଜାର ସଂଖ୍ୟାରେ ସମର୍ଥକ ଙ୍କ ସହ ମାଦଳ,ଢୋଲ ବଜାଇ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ପତ୍ର ଦାଖଲ ପରେ ନିଜ ଅଞ୍ଚଳ ରେ ମୌଳିକ ସୁବିଧା ଉପଲବ୍ଧ କରାଇବା ସହିତ ଜିଲ୍ଲା ରେ ଥିବା ଉତ୍କଟ ବେକାରୀ ସମାସ୍ୟା ଦୂର କରିବେ ବୋଲି ସସ୍ମିତା କହିଛନ୍ତି ।
May 6, 2024
0 Comment
108 Views
ସ୍ଵାଧିନ ବିଧାୟିକା ପ୍ରାର୍ଥୀନୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ସସ୍ମିତାରାଣୀ ସିଂ
କେନ୍ଦୁଝର, କେନ୍ଦୁଝର ବିଧାନସଭା ସଂରକ୍ଷିତ ଆସନ ପାଇଁ ସ୍ଵାଧିନ ବିଧାୟିକା ପ୍ରାର୍ଥୀନୀ ଭାବେ ସସ୍ମିତାରାଣୀ ସିଂ ସୋମବାର ଦିନ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥ ପତ୍ର ଦାଖଲ କରିଛନ୍ତି । ସୋମବାର ଦିନ ପ୍ରାୟ ୧୨ ଟା ସମୟରେ ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର ସମର୍ଥକ ଙ୍କ ସହ ଏକ ବିରାଟ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସସ୍ମିତାରାଣୀ ସିଂ। କେନ୍ଦୁଝର ଜିଲ୍ଲାରେ ୫ମ ପର୍ଯ୍ୟାୟ ଅର୍ଥାତ ମେ ୨୫... Read More