କେନ୍ଦୁଝର, କେନ୍ଦୁଝର ସହରର ପୌରପାଳିକା କଲ୍ୟାଣ ମଣ୍ତପ ପରିସର ରେ ଅନ୍ତର୍ଜାତୀୟ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ ହୋଇଯାଇଛି। ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବରିଷ୍ଠ ନାଗରିକ ମହାସଂଘର ୨୯୫ଜଣ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କର୍ଣ୍ଣ, ନାସା, ଗଳା ଓ ଚକ୍ଷୁ ପରୀକ୍ଷା ସହିତ ବିନା ମୂଲ୍ୟରେ ଔଷଧ ଏବଂ ଚଷମା ବଣ୍ଟନ କରାଯାଇଥିଲା। ଏଥିସହ ବରିଷ୍ଠ ନାଗରିକ ସଂମ୍ପର୍କରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗୀତା ଏବଂ ଶ୍ରେଷ୍ଠ ରଚନା ଆଲେକ୍ଷ୍ୟ ର ଶ୍ରେଷ୍ଠ ୨୬ଜଣ ପ୍ରତିଯୋଗୀ ଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଦୁଇଟି ନୃତ୍ୟ ଦଳ ପାଲାକଳାକାର ମାନଙ୍କ ଦ୍ବାରା ସମ୍ବଲପୁରୀନୃତ୍ୟ,ଲୋକନୃତ୍ୟ କଳାକାର ମାନେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଙ୍କ ଦ୍ବାରା ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂମ୍ପର୍କରେ ସମ୍ମାନିୟ ଅତିଥି ବୃନ୍ଦ ଆଲୋଚନା ପ୍ରସଙ୍ଗରେ ସୂଚନା ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଅତିରିକ୍ତ ଜିଲ୍ଲାପାଳ ଜଦୁମଣି ମାହାଲା,ଜିଲ୍ଲା ସ୍ବାସ୍ଥ୍ୟ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋରଚନ୍ଦ୍ର ପୃଷ୍ଟି,ଜିଲ୍ଲା ଉପଆରୋକ୍ଷୀ ଅଧିକ୍ଷକ ସରୋଜିନୀ ସମାଦ ସମ୍ମାନିତ ଅତିଥି ଭାବେ ଯୋଗୋଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଆଧିକାରୀ ବିପ୍ଳବ ସାମନ୍ତରାୟ ପରିଚାଳନା କରିବା ସହିତ ଉପଖଣ୍ତ ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସାମଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଙ୍କ ସହଯୋଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
October 1, 2023
0 Comment
209 Views
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
କେନ୍ଦୁଝର, କେନ୍ଦୁଝର ସହରର ପୌରପାଳିକା କଲ୍ୟାଣ ମଣ୍ତପ ପରିସର ରେ ଅନ୍ତର୍ଜାତୀୟ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୩ ପାଳିତ ହୋଇଯାଇଛି। ଏହି ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଟି ବରିଷ୍ଠ ନାଗରିକ ମହାସଂଘର ୨୯୫ଜଣ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କର୍ଣ୍ଣ, ନାସା, ଗଳା ଓ ଚକ୍ଷୁ ପରୀକ୍ଷା ସହିତ ବିନା ମୂଲ୍ୟରେ ଔଷଧ ଏବଂ ଚଷମା ବଣ୍ଟନ କରାଯାଇଥିଲା। ଏଥିସହ ବରିଷ୍ଠ ନାଗରିକ ସଂମ୍ପର୍କରେ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ... Read More