ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ୨୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର । ବିଜୟ କୁମାରଙ୍କ ଘାତକ ବୋଲିଂ ଯୋଗୁଁ ଦିଲ୍ଲୀକୁ ହରାଇ ଦ୍ଵିତୀୟ ବିଜୟ ହାସଲ କଲା ବାଙ୍ଗାଲୋର । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍ ହରାଇ ୧୭୪ ରନ କରିଥିଲେ। ବିରାଟ କୋହଲି ୫୦ ରନ କରିଥିବା ବେଳେ ମହିପାଲ ଲୋମରର ୨୬ ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲ ୨୪ ରନ କରିଥିଲେ। ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ ପାଇଁ ଦିଲ୍ଲୀ ସମ୍ମୁଖରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଦିଲ୍ଲୀ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହି ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୧ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ମନୀଷ ପାଣ୍ଡେ ୫୦ ରନ କରିଥିବାବେଳେ ଆନରିଜ୍ ନୋର୍ଜି ୨୩ରନ ଓ ଅକ୍ଷର ପଟେଲ ୨୧ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳର ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସେ ମାତ୍ର ୧୩ରନ କରି ଆଉଟ ହୋଇଥିଲେ । ପୂର୍ବ କିଛି ମ୍ୟାଚରେ ସେ ଅର୍ଦ୍ଧଶତକ ଲଗାଇଥିଲେ ବି ନିଜ ଦଳକୁ ଜିତାଇପାରିନଥିଲେ ।
April 15, 2023
0 Comment
245 Views
ଆଇପିଏଲ-୨୦୨୩ : ଦିଲ୍ଲୀକୁ ୨୩ ରନରେ ହରାଇଲା ବାଙ୍ଗାଲୋର
by Editor 02
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ୨୦ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର । ବିଜୟ କୁମାରଙ୍କ ଘାତକ ବୋଲିଂ ଯୋଗୁଁ ଦିଲ୍ଲୀକୁ ହରାଇ ଦ୍ଵିତୀୟ ବିଜୟ ହାସଲ କଲା ବାଙ୍ଗାଲୋର । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍ ହରାଇ ୧୭୪ ରନ କରିଥିଲେ। ବିରାଟ କୋହଲି ୫୦ ରନ କରିଥିବା ବେଳେ ମହିପାଲ ଲୋମରର ୨୬ ଏବଂ ଗ୍ଲେନ... Read More