ନବରଙ୍ଗପୁର, ନି ପ୍ର: ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦୀର୍ଘ ଦିନ ଧରି ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତ , ଗାଁ କୁ ଯାଇ ମଞ୍ଚର ସ୍ବେଛାସେବୀ ମାନେ ଶିକ୍ଷା, ସ୍ଵାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ସ୍ଥିତି ଊପରେ ସର୍ବେକ୍ଷଣ କରାଯାଇଥିଲା। ସର୍ବେ ସମୟରେ ନଜରକୁ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସରକାରଙ୍କ ଦୃଷ୍ଠି ଆକର୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରତି ବ୍ଲକ୍ ସ୍ଥରୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମଞ୍ଚର ନନ୍ଦାହାଣ୍ଡି ବ୍ଲକ୍ ସଂଯୋଜିକା ଅନିତା ଖୁରା।ବ୍ଲକର ବହୁ ଯୋଗ୍ୟ ବିବେଚିତ ବୃଦ୍ଧ ବୃଦ୍ଧା, ଦିବ୍ୟଙ୍ଗ ବ୍ୟକ୍ତି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ସହିତ ମିଳୁଥିବା ଭତ୍ତା ଆଜିକାର ମାହାଙ୍ଗା ଦୁନିଆରେ ପରିବାର ଚଳାଇବା କାଠି କାର ପାଠ ତେଣୁ ଭତ୍ତା ବୃଦ୍ଧି କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି।ବ୍ଲକର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୋଠା ଭୂତ କୋଠୀ ତଥା ଅତି ବିପଦଜନକ ଅବସ୍ଥାରେ ରହିଛି ଏଥିରେ କମଳ ମୋତି ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିବା କେନ୍ଦ୍ର ଅବିଲମ୍ବେ ମରାମତି ଓ ନୂତନ ନିର୍ମାଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।ଏଗାର ଗୋଟି ପଞ୍ଚାୟତ ଅଧୀନ ଛତିଶ ଗୋଟି ଗ୍ରାମର ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି। କୋଉଠି ଶିକ୍ଷା ପାଇଁ ଶିକ୍ଷକ ଅଭାବ ତ କୋଉଠି ଶ୍ରେଣୀଗୃହ, ଖେଳ ପଡିଆ, ଶୌଚାଳୟ ଆଦି ସମସ୍ୟା ରହିଥିବା ୩୧ଗୋଟି ବିଦ୍ୟାଳୟର ସମସ୍ୟା ପ୍ରତି ଯୁଦ୍ଧ କାଳୀନ ପରିସ୍ଥିତି ରେ ସମାଧାନ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି।ଦାବିପତ୍ର ପ୍ରଦାନ ସମୟରେ ଏଗାର ଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ବ୍ୟକ୍ତି ମହିଳା ଯୋଗ ଦେଇଥିବା ବେଳେ ଅନିତା ଖୁରା, ରୋଜାଲିନ ସାହୁ, ରିତେଶ ମାଝୀ, ଅଭିମନ୍ୟୁ ଗୌଡ, ରମେଶ ହରିଜନ ସମେତ ବହୁ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ।
May 10, 2023
0 Comment
405 Views
ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ
by Editor 02
ନବରଙ୍ଗପୁର, ନି ପ୍ର: ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ଠାରେ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦୀର୍ଘ ଦିନ ଧରି ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତ , ଗାଁ କୁ ଯାଇ ମଞ୍ଚର ସ୍ବେଛାସେବୀ ମାନେ ଶିକ୍ଷା, ସ୍ଵାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ସ୍ଥିତି ଊପରେ... Read More